ଚନ୍ଦ୍ରଯାନ-୩ ପାଇଁ କେନ୍ଦ୍ରରୁ ଅଧିକ ୭୫ କୋଟି ଟଙ୍କା ଚାହୁଁଛି ଇସ୍ରୋ

Advertisment
ଚନ୍ଦ୍ରଯାନ-୩ ପାଇଁ କେନ୍ଦ୍ରରୁ ଅଧିକ ୭୫ କୋଟି ଟଙ୍କା ଚାହୁଁଛି ଇସ୍ରୋ

Image Source: News Track English

ବେଙ୍ଗାଲୁରୁ: ପ୍ରସ୍ତାବିତ ବ୍ୟୟ ଅଟକଳ ଠାରୁ ଚନ୍ଦ୍ରଯାନ-୩ ନିମନ୍ତେ କେନ୍ଦ୍ରରୁ ଅଧିକ ୭୫ କୋଟି ଟଙ୍କା ଆବଶ୍ୟକ କରୁଛି ଇସ୍ରୋ।

ଆସନ୍ତା ନଭେମ୍ବର ମାସରେ ଚନ୍ଦ୍ରାବତରଣ ଅଭିଯାନ ହେବ ବୋଲି ଇସ୍ରୋ ପୂର୍ବରୁ ସୂଚନା ଦେଇଥିଲା। ଚନ୍ଦ୍ରଯାନ-୩ ନିମନ୍ତେ ଇସ୍ରୋ ଅର୍ଥନୈତିକ ବ୍ୟାପାର ବିଭାଗରୁ ଅନୁମୋଦନ ମଧ୍ୟ ପାଇଥିବା କଥା କହିଥିଲା।

ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ଅଟକଳ ଭାବେ ଅଧିକ ଟଙ୍କା ମୁଞ୍ଜୁର କରିବା ପାଇଁ ଇସ୍ରୋ ସରକାରଙ୍କୁ ଅନୁରୋଧ କରିଥିଲା। ଅଟକଳ କରାଯାଇଥିବା ଏହି ଅର୍ଥରୁ ୬୦ କୋଟି ଟଙ୍କା ଯନ୍ତ୍ରାଂଶ, ଉପକରଣ ଏବଂ ଅନ୍ୟାନ୍ୟ ମୁଖ୍ୟ ଖର୍ଚ୍ଚ ବାବଦରେ ୬୦ କୋଟି ଟଙ୍କା ଲାଗିବ। ବାକି ୧୫ କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ ଅଧୀନରେ ରଖାଯିବ।

publive-image Image Source: The Times of India

ଆବଶ୍ୟକ ଅର୍ଥ ମିଳିବ ବୋଲି ଇସ୍ରୋକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏ ଯାଏଁ ପ୍ରକ୍ରିୟା ଶେଷ ହୋଇନାହିଁ।

ପୂର୍ବରୁ ଏହି ପ୍ରକଳ୍ପ ଲାଗି ଇସ୍ରୋ ଦାବି କରିଥିବା ୬୬୬ କୋଟି ଟଙ୍କା ୨୦୧୯-୨୦୨୦ ବଜେଟ୍‌ରେ ଅନୁମୋଦନ କରାଯାଇଥିଲା। ଏହି ଅର୍ଥରୁ ୮. ୬ କୋଟି ଟଙ୍କା ପ୍ରସ୍ତାବିତ ମାନବବାହୀ ମହାକାଶଯାନ ପାଇଁ, ପ୍ରାୟ ୧୨ କୋଟି ଟଙ୍କା କ୍ଷୁଦ୍ର କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ ଯାନ ନିମନ୍ତେ ଏବଂ ୧୨୦ କୋଟି ଟଙ୍କା ଲଞ୍ଚ୍‌ପ୍ୟାଡ୍‌ର ଉନ୍ନତି ପାଇଁ ଖର୍ଚ୍ଚ ହେବ ବୋଲି ବରାଦ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe