ଚିନୁକ୍‌ ହେଲିକପ୍ଟର୍‌ ଯୋଗେ ପୁନଃବ୍ୟବହାରକ୍ଷମ ରକେଟ୍‌ର ସଫଳ ଅବତରଣ କଲା ‘ଇସ୍ରୋ’

ଚିନୁକ୍‌ ହେଲିକପ୍ଟର୍‌ ଯୋଗେ ପୁନଃବ୍ୟବହାରକ୍ଷମ ରକେଟ୍‌ର ସଫଳ ଅବତରଣ କଲା ‘ଇସ୍ରୋ’

ନୂଆଦିଲ୍ଲୀ: ଶନିବାର ଦିନ କର୍ଣ୍ଣାଟକର ଚିତ୍ରଦୁର୍ଗରେ ପ୍ରଥମ କରି ‘ଇସ୍ରୋ’  ନିର୍ମାଣାଧିନ ଥିବା ତା’ର ‘ରିୟୁଜେବଲ୍‌ ଲଞ୍ଚ୍‌ ଭେଇକ୍ଲ୍‌’ (ଆର୍‌ଏଲ୍‌ଭି) ବା ‘ପୁନଃବ୍ୟବହାରକ୍ଷମ ରକେଟ୍‌’ର ପରୀକ୍ଷମୂଳକ ସଫଳ ଅବତରଣ କରାଇଛି।

ଶନିବାର ମଧ୍ୟରାତ୍ର ପରେ କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ‘ଏରୋନଟିକାଲ୍‌ ଟେଷ୍ଟ୍‌ ରେଞ୍ଜ୍‌’ରେ ଏହି ପରୀକ୍ଷାମୂଳକ ଅବତରଣ କରାଯାଇଥିଲା। ଏହି ମହାକାଶଯାନ ବା ରକେଟ୍‌ଟି ଆମେରିକାର ମହାକାଶ ଏଜେନ୍‌ସି ‘ନାସା’ର ‘ସ୍ପେସ୍‌ ସଟଲ୍‌’ ସଦୃଶ। ସେ ‌‘ସ୍ପେସ୍‌ ସଟଲ୍‌’ ହେଉଛି ‘ନାସା’ର ‘ଲୋ ଆର୍ଥ ଅର୍ବିଟ୍‌’କୁ ଉପଗ୍ରହ ନେବାରେ ସବୁଠୁ ବଡ଼ ପରିବହନ ମାଧ୍ୟମ।

‘ଇସ୍ରୋ’ର ଏହି ମହାକାଶଯାନଟିକୁ ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟର୍‌ ଜରିଆରେ ୪.୫ କିଲୋମିଟର୍‌ ଉଚ୍ଚ ଆକାଶକୁ ନିଆଯାଇଥିଲା। ‘ଆର୍‌ଏଲ୍‌ଭି’ର ‘ମିସନ୍‌ ମ୍ୟାନେଜ୍‌ମେଣ୍ଟ୍‌ କମ୍ପ୍ୟୁଟର୍‌ କମାଣ୍ଡ୍‌’ ଆଧାରିତ ଏହି ପରୀକ୍ଷାମୂଳକ ଉଚ୍ଚତାରେ ପହଞ୍ଚିବା ପରେ ‘ଆର୍‌ଭିଏଲ୍‌’କୁ ଆକାଶରେ ଛାଡ଼ି ଦିଆଯାଇଥିଲା ବା ଚିନୁକ ହେଲିକପ୍ଟର୍‌ରୁ ଅଲଗା କରିଦିଆଯାଇଥିଲା।

publive-image Image Courtesy of ISRO

ଏହାପରେ, ‘ଇଣ୍ଟିଗ୍ରେଟେଡ୍‌ ନେଭିଗେସନ୍‌, ଗାଇଡାନ୍‌ସ୍‌ ଆଣ୍ଡ୍‌ କଣ୍ଟ୍ରୋଲ୍‌ ସିଷ୍ଟମ୍‌’ ବ୍ୟବହାର କରି ‘ଆର୍‌ଭିଏଲ୍‌’ ‘ଏରୋନଟିକାଲ୍‌ ଟେଷ୍ଟ୍‌ ରେଞ୍ଜ୍‌’ର ଏୟାର୍‌ ଷ୍ଟ୍ରିପ୍‌ରେ ଆପଣାଛାଏଁ ଅବତରଣ କରିଥିଲା ବୋଲି ‘ଇସ୍ରୋ’ କହିଛି।

ମହାକାଶକୁ ସ୍ବଳ୍ପ ବ୍ୟୟରେ ଉପଗ୍ରହ ଓ ଅନ୍ୟାନ୍ୟ ସାମଗ୍ରୀ ନେବା ଆଣିବା କରିବା ଲାଗି ପୁନଃବ୍ୟବହାରକ୍ଷମ ରକେଟ୍‌ ବା ‘ଆର୍‌ଏଲ୍‌ଭି’ ବିକଶିତ କରିବା ଲାଗି ‘ଇସ୍ରୋ’ ଉଦ୍ୟମ ଚଳାଇଛି। ସ୍ବଳ୍ପ ବ୍ୟୟରେ ବିଭିନ୍ନ ଦେଶର ସାଟେଲାଇଟ୍‌ ଉତ୍‌କ୍ଷେପଣ କରି କକ୍ଷ ପଥରେ ସ୍ଥାପନା କରିବାରେ ‘ଇସ୍ରୋ’ ତା’ର ଦକ୍ଷତା ପ୍ରତିପାଦିତ କରିଥିବା ବେଳେ ‘ପୁନଃ ବ୍ୟବହାରକ୍ଷମ ରକେଟ୍‌’ ତା’ର ସ୍ଥିତିକୁ ଆହୁରି ସୁଦୃଢ଼ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe