ମେ ୨୨ ରେ ସଦ୍ୟତମ ରାଡାର୍‌ ଇମେଜିଙ୍ଗ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବ ଇସ୍ରୋ

Advertisment
ମେ ୨୨ ରେ ସଦ୍ୟତମ ରାଡାର୍‌ ଇମେଜିଙ୍ଗ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବ ଇସ୍ରୋ

Image Courtesy of Business Insider

ନୂଆଦିଲ୍ଲୀ: ମେ ୨୨ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ତା’ର ସଦ୍ୟତମ ରାଡାର୍‌ ଇମେଜିଙ୍ଗ୍‌ ସାଟେଲାଇଟ୍‌ (ରିସାଟ୍‌-୨ବିଆର୍‌୧) ଉତ୍‌କ୍ଷେପଣ କରିବ।

ରିସାଟ୍‌-୨ବିଆର୍‌୧ ପୂର୍ବ ରିସାଟ୍‌-ସିରିଜ୍‌ ସାଟେଲାଇଟ୍‌ ଠାରୁ ବହୁଗୁଣ ଉନ୍ନତ। ଇସ୍ରୋ ସୂତ୍ରରୁ ଜଣାପଡ଼ିଛି ଯେ ଏହାକୁ ମେ ୨୨ ତାରିଖ ଦିନ ଲଞ୍ଚ୍‌ କରାଯିବ। ବାହାରୁ ଏହି ନୂତନ ସାଟେଲାଇଟ୍‌ଟି ପୁରୁଣା ସାଟେଲାଇଟ୍‌ ପରି ଦିଶୁଥିଲେ ବି ପୂର୍ବରୁ ଲଞ୍ଚ୍‌ ହୋଇଥିବା ସାଟେଲାଇଟ୍‌ର କନ୍‌ଫାଇଗୁରେସନ୍‌ ଠାରୁ ଭିନ୍ନ। ତେଣୁ ଏହି ନୂତନ କୃତ୍ରିମ ଉପଗ୍ରହଟିର ସର୍ଭିଲେନ୍‌ସ୍‌ ଏବଂ ଇମାଜିଙ୍ଗ୍‌ କ୍ଷମତା ବହୁ ଅଧିକ।

ଏହି ନୂତନ ଇମେଜିଙ୍ଗ୍‌ ସାଟେଲାଇଟ୍‌ ଭାରତୀୟ ନିରାପତ୍ତା ବଳଙ୍କ ପାଇଁ ସବୁ ଅବସ୍ଥାରେ ସଭିଲେନ୍‌ସ୍‌ ସାମର୍ଥ୍ୟ ବୃଦ୍ଧି କରାଇବା ସହ ଭାରତୀୟ ସୀମା ଚତୁର୍ପାର୍ଶ୍ୱରେ ସମ୍ଭାବ୍ୟ ବିପଦର ସୂଚନା ଦେବ। ସମୁଦ୍ର ମଧ୍ୟରେ ଥିବା ଶତ୍ରୁପକ୍ଷର ଜାହାଜକୁ ଠାବ କରିବାରେ ଏହି ସାଟେଲାଇଟ୍‌ର କ୍ଷମତା ଥିବାରୁ ଏହା ଭାରତ ମହାସାଗରରେ ଚୀନ୍‌ ନୌସେନା ଜାହାଜ ଏବଂ ଆରମବ ସାଗରରେ ପାକିସ୍ତାନର ଜାହାଜ ଠାବ କରିପାରିବ।

ନୂତନ ରିସାଟ୍‌ ସାଟେଲାଇଟ୍‌ ଭୂପୃଷ୍ଠରେ ଥିବା କୋଠାଘର ଠାରୁ ଆରମ୍ଭ କରି ଯେକୌଣସି ଜିନିଷର ଫଟୋ ଉତ୍ତୋଳନ କରି ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe