ପରୀକ୍ଷା ପରେ ଅକ୍ଟୋବର ପ୍ରଥମ ସପ୍ତାହରେ ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ କରିବ ଇସ୍ରୋ

ପରୀକ୍ଷା ପରେ ଅକ୍ଟୋବର ପ୍ରଥମ ସପ୍ତାହରେ ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ କରିବ ଇସ୍ରୋ

Image Courtesy of News Nation

ନୂଆଦିଲ୍ଲୀ: ଏପ୍ରିଲ୍‌ ୨୩ ତାରିଖ ଦିନ ମହାକାଶକୁ ଉତ୍‌କ୍ଷେପଣ କରାଯିବାକୁ ସ୍ଥିର କରାଯାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର ‘ଚନ୍ଦ୍ରାୟନ-୨’ ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଉତ୍‌କ୍ଷେପଣ କରାଯିବ।

ଚନ୍ଦ୍ରାଭିଯାନ ବାତିଲ କରାଯିବାର କାରଣ ବୁଝାଇବାକୁ ଯାଇ ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ଶିବନ କହନ୍ତି: ଆମ ପ୍ରସ୍ତୁତିକୁ ପୂର୍ବତନ ଇସ୍ରୋ ଅଧ୍ୟକ୍ଷ, ମହାକାଶ ବିଶେଷଜ୍ଞ ଏବଂ ଆଇଆଇଟି ପ୍ରଫେସରଙ୍କୁ ନେଇ ଗଠିତ ପାନେଲ୍‌ ଭୂୟସୀ ପ୍ରସଂଶା କରିଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ଇସ୍ରୋ ଏକ ଅର୍ବିଟର୍‌, ରୋଭର୍‌ ଏବଂ ଲ୍ୟାଣ୍ଡର୍‌ ଉପରେ ଗବେଷଣା କରୁଥିବାରୁ ଅଭିଯାନରେ ଥିବା ଜଟିଳତା ପ୍ରତି ଧ୍ୟାନ ଦେଇ ପାନେଲ୍‌ ଅଭିଯାନକୁ ବାତିଲ୍‌ କରିବାକୁ ପରାମର୍ଶ ଦେଇଛି। ଏ ମଧ୍ୟରେ ସମସ୍ତ ପରୀକ୍ଷା ନିରୀକ୍ଷା ଶେଷ କରି ଏକ ପୂର୍ଣ୍ଣାଙ୍ଗ ଅଭିଯାନ ପାଇଁ ଭରସା ଆସିବା ପରେ ହିଁ ଅଭିଯାନ ଆରମ୍ଭ କରାଯିବ।

publive-image

ଡକ୍ଟର୍‌ ଶିବନ ଆହୁରି କହନ୍ତି: ପ୍ରଥମେ ଏପ୍ରିଲ୍‌ ୨୩ ତାରିଖରେ ଅଭିଯାନ ଆରମ୍ଭ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଚାଲିଥିବା ପରୀକ୍ଷା ନିରୀକ୍ଷା ସରିବାକୁ ଆହୁରି ୨୦ ଦିନ ଲାଗିବ। ତେଣୁ ଏପ୍ରିଲ୍‌ ୨୩ରେ ଅଭିଯାନ ଆରମ୍ଭ ହୋଇ ପାରିବା ସମ୍ଭବପର ନୁହେଁ। ପୂର୍ବର ଅନ୍ୟାନ୍ୟ ସଫଳ ଅଭିଯାନ ଭଳି ଏ ଅଭିଯାନକୁ ସଫଳ କରିବାକୁ ସ୍ଥିର କରାଯାଇଥିବା ଉତ୍‌କ୍ଷେପଣ ଦିନରେ ପରିବର୍ତ୍ତନ କରାଯାଉଛି। ଏ ସବୁ କାରଣ ହେଲା ଚନ୍ଦ୍ରାଭିଯାନ ପାଇଁ ପ୍ରତି ମାସରେ ଗୋଟିଏ ଦିନ ମାତ୍ର ଅନୁକୂଳ ହୋଇଥାଏ। ସେ ତାରିଖରେ ଉତ୍‌କ୍ଷେପଣ ସମ୍ଭବପର ନ ହେଲେ, ପୁଣି ଯାଇ ତହିଁ ଆର ମାସରେ ଏକ ଦିନ ସ୍ଥିର କରିବାକୁ ପଡ଼ିବ। ଯଦି ଏପ୍ରିଲ୍‌ରୁ ସେପ୍ଟେମ୍ବର ମାସ ମଧ୍ୟରେ ଅଭିଯାନ ଆରମ୍ଭ ହୁଏ ଚନ୍ଦ୍ରଗ୍ରହଣ ଯୋଗୁଁ ପୂର୍ଣ୍ଣ ଶୁକ୍ଳପକ୍ଷ ନ ମିଳୁଥିବାରୁ ଚନ୍ଦ୍ର ଉପରେ ପରୀକ୍ଷା ନିରୀକ୍ଷା କରିବା ସମ୍ଭବ ହେବ ନାହିଁ। ତେଣୁ ଚନ୍ଦ୍ରାଭିଯାନ ଅକ୍ଟୋବର ପ୍ରଥମ ସପ୍ତାହରେ ଆରମ୍ଭ ହେବ।

publive-image

୮୦୦ କୋଟି ଟଙ୍କା ବିଶିଷ୍ଟ ଚନ୍ଦ୍ରାୟନ-୨ ଅଭିଯାନ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe