ଶ୍ରୀହରିକୋଟା: ଖ୍ରୀଷ୍ଟମାସର ଦିନକ ପୂର୍ବରୁ ଭାରତର ମହାକାଶ ଏଜେନ୍ସି ଇସ୍ରୋ ଏହାର ବାହୁବଳୀ ରକେଟ୍‌ ଏଲ୍‌ଭିଏମ୍୩-ଏମ୍‌୬ ଜରିଆରେ ଆମେରିକୀୟ କମ୍ପାନି ଏଏସ୍‌ଟି ସ୍ପେସ୍‌ମୋବାଇଲ୍‌ର ଯୋଗାଯୋଗ ଉପଗ୍ରହ ବ୍ଲୁବାର୍ଡ ବ୍ଲକ୍‌-୨କୁ ସଫଳତାର ସହ ଉତ୍‌କ୍ଷେପଣ କରି ଇତିହାସ ରଚିଛି। ନିର୍ଦ୍ଧାରିତ ସମୟର ୯୦ ସେକେଣ୍ଡ ବିଳମ୍ବରେ ସକାଳ ୮ଟା ୫୫ ମିନିଟ୍‌ ୩୦ ସେକେଣ୍ଡରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍‌ରୁ ଏହାକୁ ମହାକାଶକୁ ପ୍ରେରଣ କରାଯାଇଛି। ଇସ୍ରୋର ହେଭି-ଲିଫ୍ଟ ଲଞ୍ଚ ଭେଇକିଲ୍ ମାର୍କ-୩ (ଏଲଭିଏମ୍୩-ଏମ୍୬) ଭାରତୀୟ ମାଟିରୁ ଏ ପର୍ଯ୍ୟନ୍ତ ସବୁଠାରୁ ଓଜନଦାର (୬୧୦୦ କିଗ୍ରା) ବିଦେଶୀ ଉପଗ୍ରହକୁ ପୃଥିବୀର ନିମ୍ନ କକ୍ଷପଥରେ ପହଞ୍ଚାଇଛି। ଏଲ୍‌ଭିଏମ୍‌୩-ଏମ୍‌୬ ରକେଟ୍‌ର ଓଜନ ୬୪୦ ଟନ୍ ହୋଇଥିବାରୁ ଏହାକୁ ‘ବାହୁବଳୀ’ କୁହାଯାଉଛି। ଉତ୍‌କ୍ଷେପଣ ମାର୍ଗରେ ମହାକାଶ ଆବର୍ଜନା ବା ଅନ୍ୟ ଉପଗ୍ରହ ଆସିବା ସମ୍ଭାବନା ଥିବାରୁ ଉତ୍‌କ୍ଷେପଣକୁ ‌ଇସ୍ରୋ ୯୦ ସେକେଣ୍ଡ ବିଳମ୍ବ କରିଥିଲା। 

Advertisment

Chief Secretary: ଅନୁ ଗର୍ଗ ପ୍ରଥମ ମହିଳା ମୁଖ୍ୟ ସଚିବ: ଜାନୁଆରି ପହିଲାରୁ ନୂଆ ଦାୟିତ୍ବ ସମ୍ଭାଳିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋର ଏହି ମିସନ୍‌କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ବୈଜ୍ଞାନିକମାନଙ୍କ ଦ୍ୱାରା ପରିଚାଳିତ ଆମର ମହାକାଶ କାର୍ଯ୍ୟକ୍ରମ ଅଧିକ ଉନ୍ନତ ଓ ପ୍ରଭାବଶାଳୀ ହେବାରେ ଲାଗିଛି। ଏଏସ୍‌ଟି ସ୍ପେସ୍‌ମୋବାଇଲର ବ୍ଲୁବାର୍ଡ ବ୍ଲକ୍-୨ ହେଉଛି ଏକ ବିଶାଳ ଯୋଗାଯୋଗ ଉପଗ୍ରହ। ଏହାକୁ କକ୍ଷପଥରେ ସ୍ଥାପନ କରି ଇସ୍ରୋ ଏହାର ୧୦୧ତମ କକ୍ଷପଥ ସଫଳତା ଏବଂ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍) ମାଧ୍ୟମରେ ଏହି ବାଣିଜ୍ୟିକ ସଫଳତା ପାଇଛି। ଏହି ଉପଗ୍ରହ ଗ୍ରାହକଙ୍କ ମୋବାଇଲ୍‌କୁ ସିଧାସଳଖ ଇଣ୍ଟରନେଟ୍‌ ସଂଯୋଗ ପ୍ରଦାନ କରିବାରେ ସହାୟକ ହେବ। ଉଚ୍ଚ ପାହାଡ଼ ଓ ଜଙ୍ଗଲ ଅଞ୍ଚଳ, ଯେଉଁଠାରେ ମୋବାଇଲ ଟାୱାର ନାହିଁ, ସେଠାରେ ମଧ୍ୟ ହାଇସ୍ପିଡ୍‌ ଇଣ୍ଟର୍‌ନେଟ୍ ସେବା ମିଳିପାରିବ।

How will prison reform be done: କେମିତି ହେବ ଜେଲ୍‌ ସଂସ୍କାର? ଅଭିଯୋଗ ଥିବା ଅଧିକାରୀଙ୍କୁ ପ୍ରୋତ୍ସାହନ