କଟକ: ହାଇକୋର୍ଟଙ୍କଠାରୁ ଆରମ୍ଭ କରି ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ସମସ୍ତେ ଜେଲ୍ ବ୍ୟବସ୍ଥାରେ ସଂସ୍କାର ଉପରେ ଗୁରୁତ୍ବ ଦେଇ ଆସୁଥିବାବେଳେ ରାଜ୍ୟରେ ଜେଲ୍ ବ୍ୟବସ୍ଥା ଏବେ ଦୁର୍ନୀତିର ପ୍ରୟୋଗଶାଳା ପାଲଟିଛି। ନିଯୁକ୍ତି, ବଦଳି କ୍ଷେତ୍ରରେ ପ୍ରିୟାପ୍ରୀତି, ସଲାସୁତରା ଯୋଗୁଁ ଜେଲ୍ ପରିଚାଳନା ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଜେଲ୍ରୁ କଏଦୀ ଫେରାର, ଜେଲ୍ ଭିତରେ କଏଦୀ ଆତ୍ମହତ୍ୟା ଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ସଂପୃକ୍ତ ଅଧିକାରୀଙ୍କୁ ଏଥିପାଇଁ ଦାୟୀ କରାଯିବା ବଦଳରେ ସେମାନଙ୍କୁ ସୁରକ୍ଷା ଦିଆଯାଉଛି। ସଙ୍ଗିନ ଅଭିଯୋଗଗୁଡ଼ିକର ତଦନ୍ତ କରା ନ ଯାଇ ସଂପୂର୍ଣ୍ଣ ପ୍ରକ୍ରିୟାକୁ ଶୀତଳଭଣ୍ଡାରକୁ ଫିଙ୍ଗି ଦିଆଯାଉଛି। ଚୌଦ୍ବାର ଜେଲ୍ରୁ ଦୁଇ ଦୁର୍ଦ୍ଦାନ୍ତ କଏଦୀ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ଫେରାର ହୋଇଯିବା ଏବଂ ଏଯାଏଁ ଧରା ନ ପଡ଼ିବା ଘଟଣା ଏହାର ଜ୍ବଳନ୍ତ ଉଦାହରଣ ବୋଲି କୁହାଯାଉଛି। ବିହାରର ଯେଉଁ ଦୁଇ କଏଦୀ ଫେରାର ହୋଇଗଲେ ସେମାନେ ତାର କିଛି ଦିନ ପୂର୍ବରୁ ବି ଜେଲ୍ ଡେଇଁବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। କିନ୍ତୁ ସତେ ଯେମିତି ସେମାନଙ୍କୁ ସୁରକ୍ଷିତ ଢଙ୍ଗରେ ଜେଲ୍ ଡେଇଁ ପଳାଇବାର କ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା। ଏହି ଘଟଣା ପରେପରେ ଜେଲ୍ରେ ଜଣେ କଏଦୀ ଆତ୍ମହତ୍ୟା କଲେ। କେବଳ ଜେଲର୍ଙ୍କୁ ବଦଳି ବ୍ୟତୀତ ପ୍ରତ୍ୟକ୍ଷ ଅନୁଧ୍ୟାନ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି। ଏହି ଘଟଣାକୁ ଠିକ୍ ଢଙ୍ଗରେ ତଦନ୍ତ କରାଯାଉ ନାହିଁ। ଜେଲ୍ ଡିଆଇଜି ଅନସୂୟା ଜେନାଙ୍କର ଏ କ୍ଷେତ୍ରରେ ଉତ୍ତରଦାୟିତ୍ବ କ’ଣ ତାହାକୁ ନେଇ ବିଭାଗରେ ପ୍ରଶ୍ନ ବି କରାଯାଉ ନାହିଁ।
Subhadra Scheme: ସୁଭୁଦ୍ରା ଯୋଜନା: ତୃତୀୟ କିସ୍ତିରେ ୧୬,୨୪୧ ହିତାଧିକାରୀ କମିଲେ
ଜେଲ୍ ବିଭାଗରେ ଏଭଳି ଘଟଣା ପରକୁ ପର ଘଟି ଚାଲିଥିବା ବେଳେ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ ମତ ପ୍ରକାଶ ପାଉଛି। ତଥ୍ୟ ଅନୁଯାୟୀ ଖଣି ଦୁର୍ନୀତିରେ ଗିରଫ ହୋଇଥିବା ଦୀପକ ଗୁପ୍ତା କେନ୍ଦୁଝର ଜେଲ୍କୁ ଚାଲାଣ ହେବା ସମୟରେ ଜେଲର୍ ଥିଲେ ଲଲାଟେନ୍ଦୁ ଭୂଷଣ ଦାସ। ଦୀପକ ଗୁପ୍ତା ସେତେବେଳେ ଜେଲ୍ରେ ନ ରହି ନିକଟରେ ଥିବା ହୋଟେଲ୍ରେ ରହୁଥିବା ଜଣାପଡ଼ିଲା। ସେହି ଘଟଣାରେ ଶ୍ରୀ ଦାସଙ୍କୁ କୋରାପୁଟ ସର୍କଲ ଜେଲ୍କୁ ବଦଳି କରାଗଲା। କିନ୍ତୁ ତାଙ୍କୁ ସେତେବେଳେ ଉତ୍ତମ କାର୍ଯ୍ୟ ପାଇଁ ଡିଜି ଡିସ୍କ ପ୍ରଦାନ କରାଯାଇଥିଲା। ପରେପରେ ସେ ଜୟପୁର ସବଜେଲ୍ ଦାୟିତ୍ବରେ ଥିବାବେଳେ ଜେଲ୍ ଭିତରୁ ମୋବାଇଲ୍ ଫୋନ୍ ଓ ଅନେକ ନିଷିଦ୍ଧ ସାମଗ୍ରୀ ଜବତ ହେଲା। କିନ୍ତୁ ତାଙ୍କୁ ପୁରସ୍କାର ସ୍ବରୂପ ସମ୍ବଲପୁର ସର୍କଲ ଜେଲ୍କୁ ବଦଳି କରାଗଲା। ସେହି ସମୟରେ ତାଙ୍କୁ ଭଲ କାର୍ଯ୍ୟ ପାଇଁ ପ୍ରଶଂସାପତ୍ର ସହିତ ଦୁଇ ଥର ରାଜ୍ୟପାଳ ସମ୍ମାନ ବି ମିିଳିଲା। ସେହିଭଳି ରତିକାନ୍ତ ଶୁକ୍ଳା ଜଗତସିଂହପୁର ସବଜେଲ୍ର ଜେଲର୍ ଥିବାବେଳେ ଜଣେ କଏଦୀ ଜେଲ୍ ଡେଇଁ ଫେରାର ହୋଇଗଲା। କିନ୍ତୁ ସେହି ସମୟରେ ଶ୍ରୀ ଶୁକ୍ଳାଙ୍କୁ ରାଜ୍ୟପାଳ ସମ୍ମାନ ପ୍ରଦାନ କରାଗଲା। ସେହିଭଳି ଜେଲ୍ ଅଧୀକ୍ଷକ ସମୀର ସାହୁଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତତ୍କାଳୀନ ଜେଲ୍ ଡିଜି ଅରୁଣ ରଏ ତାଙ୍କୁ ସମ୍ବଲପୁର ଭୋଇପାଲି ଆଦର୍ଶ ଜେଲ୍କୁ ବଦଳି କରିଦେଲେ। କିନ୍ତୁ ଜେଲ୍ ଡିଜି ବଦଳିବା ପରେ ତାଙ୍କୁ ପୁରସ୍କାର ସ୍ବରୂପ ଯାଜପୁର ଜେଲ୍ ଅଧୀକ୍ଷକ ଭାବେ ବଦଳି କରି ଦିଆଗଲା। ଜେଲ୍ ବିଭାଗରେ ଏଭଳି କାର୍ଯ୍ୟ ବ୍ୟାପକ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ବେଳେ ଏ କ୍ଷେତ୍ରରେ ସରକାରୀସ୍ତରରେ ନିଷ୍କ୍ରିୟତା ବ୍ୟବସ୍ଥାକୁ ବିଗାଡ଼ିବାରେ ଲାଗିଛି।
Humane Sagar Death Case: ହ୍ୟୁମାନ ମୃତ୍ୟୁ ମାମଲାରେ ବଡ଼ ଖବର: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୋମେଶ ଶତପଥୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/24/jail-2025-06-24-01-57-26.jpg)