କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ରତ୍ନଭଣ୍ଡାର ମରାମତି କାମ ଶେଷ ହେବା ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏଏସ୍ଆଇ ହସ୍ତାନ୍ତର କରିଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରତ୍ନଭଣ୍ଡାର ସଂପର୍କିତ ଦିଲ୍ଲୀପ କୁମାର ବରାଳଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଏଏସ୍ଆଇ ତରଫରୁ ଏଭଳି ତଥ୍ୟ ଉପସ୍ଥାପନ କରାଯାଇଛି। ଏଥି ସହିତ ରତ୍ନଭଣ୍ଡାରରେ ରହି ଆସୁଥିବା ଶ୍ରୀଜିଉଙ୍କ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ମଣତି ପାଇଁ ସରକାର ଏକ ଏସ୍ଓପି ଆଣିବେ ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏସ୍ଓପି ପ୍ରସ୍ତୁତି ଚାଲିଛି ଓ ଖୁବ୍ଶୀଘ୍ର ଗଣତି ମଣତି କରାଯିବ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଛି।
ଆବେଦନକାରୀ ଗଣତି ମଣତି ପ୍ରକ୍ରିୟା ଯଥାଶୀଘ୍ର ସଂପୂର୍ଣ୍ଣ କରାଯିବା ଉଚିତ ବୋଲି ଦର୍ଶାଇଥିଲେ। ଏ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କରି ଜଷ୍ଟିସ୍ ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟ ବିଧାନସଭା ବା କ୍ୟାବିନେଟ୍ ଉପସ୍ଥାପନ କରାଯାଇ ନଥିବା ପ୍ରସଙ୍ଗରେ ଆବେଦନକାରୀଙ୍କ ତରଫରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥି ସହିତ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ଆବଶ୍ୟକ ଦର୍ଶନ ବ୍ୟବସ୍ଥା ଏ ପର୍ଯ୍ୟନ୍ତ କରାଯାଇ ନାହିଁ ବୋଲି ଶୁଣାଣି ବେଳେ ଦର୍ଶାଯାଇଥିଲା। ୨୦୨୬ ଜାନୁଆରି ୨୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଉପରୋକ୍ତ ସମସ୍ତ ପ୍ରସଙ୍ଗ ସାନି ସ୍ଥିତି ନେଇ ସରକାର ଅବଗତ କରିବେ। ଏ ନେଇ ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅନୁପ କୁମାର ମହାପାତ୍ର ସୂଚନା ଦେଇଛନ୍ତି।
Orissa HC: ହାଇକୋର୍ଟରେ ଶୀତ ଅବକାଶ: ଜାନୁଆରି ୫ରେ ଖୋଲିବ, ଡିସେମ୍ବର ୩୦ରେ ଅବକାଶକାଳୀନ କୋର୍ଟ
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସରକାର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ବିଚାରବିଭାଗୀୟ ତଦନ୍ତ କମିସନ୍ ଦାଖଲ କରିଥିବା ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ଉଚିତ ବୋଲି ଦର୍ଶାଇ ମୂଳରୁ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/15/xhSgclVUO3cVHHEdPEt8.jpg)