କଟକ: ଓଡିଶା ହାଇକୋର୍ଟରେ ଡିସେମ୍ବର ୨୫ ଗୁରୁବାର ଠାରୁ ଶୀତ ଅବକାଶ ଆରମ୍ଭ ହେବ। ଆଜି ୨୦୨୬, ଜାନୁଆରି ୨କୁ ହାଇକୋର୍ଟ ପକ୍ଷରୁ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି। ଫଳରେ ଶୀତ ଅବକାଶ ପରେ ୨୦୨୬, ଜାନୁଆରି ୫ରେ ହାଇକୋର୍ଟ ଖୋଲିବ। ଶୀତ ଅବକାଶ ସମୟରେ ଡିସେମ୍ବର ୩୦ରେ ଅବକାଶକାଳୀନ କୋର୍ଟ ବସିବେ। ଡିସେମ୍ବର ୩୦ରେ ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଏମ.ଏସ.ରମଣ ଦୁଇ ଜଣିଆ ଓ ପରେ ଜଣିିକିଆ ଖଣ୍ଡପୀଠରେ ବସି ଜରୁରୀ ମାମଲା ଶୁଣାଣି କରିବେ। ସେହିଭଳି ଭାବେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଜଣିକିଆ ଖଣ୍ଡପୀଠରେ ବସି ଜରୁରୀ ମାମଲା ଗୁଡ଼ିକର ଶୁଣାଣି କରିବେ। ଶୀତ ଅବକାଶ ସମୟରେ ଡିସେମ୍ବର ୨୬, ୨୭, ୨୯, ୩୦ ଓ ୩୧ରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ।

Advertisment

ଆହୁରି ପଢ଼ନ୍ତୁ: Aravalli Hills: ଯଦି ପ୍ରାଣ ହରାଏ ପର୍ବତମାଳା... ତେବେ କଣ ହେବ ସ୍ଥିତି ? ସୁରକ୍ଷା ପ୍ରାଚୀର ଧ୍ବଂସ ହେବା ପରେ ଦେଶ ଦେଖିବ ହା ହା କାର ! ଆରାବଳୀ ଭବିଷ୍ୟତ ଅନ୍ଧାର

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୬, ଜାନୁଆରି ୨ ତାରିଖ ଶୁକ୍ରବାରକୁ ଛୁଟି ଘୋଷଣା ପାଇଁ ହାଇକୋର୍ଟ ବାର୍‌ ଆସୋସିଏସନ ତରଫରୁ ଅନୁରୋଧ କରାଯାଇଥିଲା। ଏହାପରେ ଜାନୁଆରି ୨ ତାରିଖକୁ ଛୁଟି ଦିବସ ଭାବେ ଆଜି ହାଇକୋର୍ଟ ପକ୍ଷରୁ ଘୋଷଣା କରାଯାଇଛି। ବଦଳରେ ମାର୍ଚ୍ଚ ୭ ତାରିଖ ଶନିବାରକୁ ହାଇକୋର୍ଟ ପାଇଁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି। ଏ ନେଇ ହାଇକୋର୍ଟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇକୋର୍ଟ ବାର୍‌ ଆସୋସିଏସନ ସଭାପତି ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ଏ ନେଇ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Pakistan Movie: ପାକିସ୍ତାନରେ ସବୁଠାରୁ ଅଧିକ ଲୋକ ଦେଖୁଛନ୍ତି ଏହି ଭାରତୀୟ ଫିଲ୍ମ