ନବରଙ୍ଗପୁର (ସୁରେଶ ନାଇଡୁ): ନୂଆ ସରକାର ଆସିବା ପରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ଆରମ୍ଭ ହୋଇଛି ‘ସୁଭଦ୍ରା’ ଯୋଜନା। ବର୍ଷକରେ ୫ହଜାର ଲେଖାଏଁ ଦୁଇଟି କିସ୍ତି। ସରକାର ଆସିବା ଦେଢ଼ ବର୍ଷ ହୋଇଥିବାରୁ ତୃତୀୟ କିସ୍ତି ବି ଦିଆସରିଛି। ତୃତୀୟ କିସ୍ତିରେ ନବରଙ୍ଗପୁର ଜିଲ୍ଲାରେ ୧୫ହଜାର ହିତାଧିକାରୀ ମହିଳା କମିଥିବା ସୂଚନା ମିଳିଛି।  

Advertisment

ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩,୨୬,୨୦୨ଟି ଆବେଦନପତ୍ର ଆସିଥିବା ବେଳେ ଯାଂଚରେ ୨୨,୩୨୩ଟି ଆବେଦନ ଖାରଜ କରାଯାଇଥିଲା। ୩.୦୩,୮୭୯ ହିତାଧିକାରୀ ପ୍ରଥମ କିସ୍ତି ପାଇଥିଲେ। ଦ୍ବିତୀୟ କିସ୍ତିରେ ପୁଣି ୧୯୩୩ ଜଣ କଟିବା ପରେ ୩,୦୧,୯୪୬ ହିତାଧିକାରୀ ଏହି ଲାଭ ପାଇଥିଲେ। ତୃତୀୟ କିସ୍ତିରେ ୧୬,୨୪୧ ହିତାଧିକାରୀ କଟିବା ପରେ ୨,୮୫,୭୦୫ ହିତାଧିକାରୀ ଲାଭାନ୍ବୀତ ହୋଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: Health: ଅବ୍ୟବସ୍ଥା ଘେରରେ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ହିତାଧିକାରୀ ଅସନ୍ତୁଷ୍ଟ

ଚନ୍ଦାହାଣ୍ଡି ବ୍ଲକରେ ପ୍ରଥମ ୧୮,୪୭୭, ଦ୍ଵିତୀୟ କିଛି ୧୮,୩୫୭ଜଣ ଓ ତୃତୀୟ ୧୭,୩୮୮ ଜଣ ହିତାଧିକାରୀ ପାଇଛନ୍ତି। ଡାବୁଗାଁ ବ୍ଲକରେ ପ୍ରଥମ ୧୬,୭୪୧, ଦ୍ଵିତୀୟ ୧୬,୬୭୭ ଓ ତୃତୀୟ ୧୫,୭୨୬, ଝରିଗାଁ ବ୍ଲକରେ ପ୍ରଥମ ୩୭,୭୬୮, ଦ୍ଵିତୀୟ ୩୭,୫୩୮ ଓ ତୃତୀୟ ୩୫.୩୪୪, କୋଷାଗୁମୁଡା ବ୍ଲକରେ ପ୍ରଥମ ୩୯,୫୧୨, ଦ୍ଵିତୀୟ ୩୯,୩୯୧ ଓ ତୃତୀୟ ୩୭,୪୯୮, ନବରଙ୍ଗପୁର ବ୍ଲକରେ ପ୍ରଥମ ୧୯,୬୦୬, ଦ୍ବିତୀୟ ୧୯,୫୩୫ ଓ ତୃତୀୟ ୧୮,୭୦୭, ନନ୍ଦାହାଣ୍ଡି ବ୍ଳକରେ ପ୍ରଥମ ୧୫,୩୧୪, ଦ୍ଵିତୀୟ ୧୫,୨୧୮ ଓ ତୃତୀୟ ୧୪,୨୨୬, ପାପଡାହାଣ୍ଡି ବ୍ଳକରେ ପ୍ରଥମ ୩୫,୦୨୩, ଦ୍ଵିତୀୟ ୩୪,୮୪୬ ଓ ତୃତୀୟ ୩୨,୯୭୫, ରାଇଘର ବ୍ଳକରେ ପ୍ରଥମ ୪୪,୮୨୧,  ଦ୍ଵିତୀୟ ୪୫,୫୮୭, ତୃତୀୟ ୪୨,୦୭୪, ତେନ୍ତୁଳିଖୁଣ୍ଟି ବ୍ଳକରେ ପ୍ରଥମ ୨୧,୨୮୫ ଓ ଦ୍ଵିତୀୟ ୨୧,୧୦୫ ଓ ତୃତୀୟ କିସ୍ତି ୧୯,୯୭୯ ,ଉମରକୋଟ ବ୍ଳକରେ ପ୍ରଥମ ୪୩,୨୦୮ ଓ ଦ୍ଵିତୀୟ କିସ୍ତି ୪୨,୯୧୦ ଓ ତୃତୀୟ କିସ୍ତି ୪୦,୪୪୧, ଉମରକୋଟ ପୌରପାଳିକାରେ ପ୍ରଥମ ୬,୩୮୮ ଓ ଦ୍ଵିତୀୟ ୬,୨୬୪୫ ଓ ତୃତୀୟ ୬,୦୦୨ ଓ ନବରଙ୍ଗପୁର ପୌରପାଳିକାରେ ପ୍ରଥମ ୫,୭୨୬ ଓ ଦ୍ଵିତୀୟ ୫,୫୧୮ ଓ ତୃତୀୟ କିସ୍ତି ୫,୩୪୫ ହିତାଧିକାରୀ ପାଇଛନ୍ତି। ପ୍ରତ୍ୟେକ କିସ୍ତି ପାଇବା ପରେ କିଛି ମହିଳାଙ୍କ ଆୟ ପ୍ରମାଣ, ଅନ୍ୟାନ୍ୟ ଯାଂଚ ଓ ମୃତ୍ୟୁବରଣ ପରେ କଟି ତୃତୀୟ କିସ୍ତିରେ ୧୬ହଜାର ୨୪୧ ହିତାଧିକାରୀ କଟିଛନ୍ତି ବୋଲି କହିଛନ୍ତି ଜିଲ୍ଲା ସୁଭୁଦ୍ରା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ବିଶ୍ବଜିତ ମହାନ୍ତି। କିଛି ମହିଳା ଏହ‌ା ଦ୍ବାରା ଆର୍ଥିକସ୍ତରରେ ସଶକ୍ତ ହୋଇ ବ୍ୟବସାୟ ଆଦି କରୁଥିବା ବେଳେ ଆଉ କିଛି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଡିବା ପରେ ମଦୁଆ ସ୍ବାମୀମାନେ ପତ୍ନୀଙ୍କ ଅଗୋଚରରେ  ଟଙ୍କା ଉଠାଇ ନେଇଯାଉଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: Arabali Issue: ଆରାବଳୀ ପର୍ବତମାଳାକୁ ନେଇ ବଡ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର