Image Source: The Times of India
ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର ‘ପିଏସ୍ଏଲ୍ଭି’ ଅଧିକ ୯୦ କୋଟି ବୈଦେଶିକ ମୁଦ୍ରା ଉପାର୍ଜନ କରିଛି। ଆର୍ଥିକ ବର୍ଷ ୨୦୧୭-୧୮ରେ ଇସ୍ରୋ ୨୩୨. ୫୬ କୋଟି ଟଙ୍କା ଆୟ କରିଥିବା ବେଳେ ଆର୍ଥିକ ବର୍ଷ ୨୦୧୮-୧୯ରେ ଆୟ କରିଛି ୩୨୪ କୋଟି ଟଙ୍କା।
୨୬ଟି ଦେଶର କୃତ୍ରିମ ଉପଗ୍ରହ ଉତ୍କ୍ଷେପଣ କରି ଗତ ପାଞ୍ଚ ବର୍ଷ ମଧ୍ୟରେ ଇସ୍ରୋ ୧, ୨୪୫ କୋଟି ଟଙ୍କା ଉପାର୍ଜନ କରିଛି। ଏଥିରୁ ପ୍ରମୁଖ ଦଶଟି ଦେଶ ହେଉଛି- ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍, ଜର୍ମାନି, କାନାଡା, ସିଙ୍ଗାପୁର, ନେଦର୍ଲାଣ୍ଡ୍ସ୍, ଜାପାନ, ମାଲେସିୟା, ଆଲ୍ଜେରିଆ ଏବଂ ଫ୍ରାନ୍ସ୍। ଏହି ଦେଶ ସବୁ ଗତ ପାଞ୍ଚ ବର୍ଷ ମଧ୍ୟରେ ବାଣିଜ୍ୟିକ ବ୍ୟବସ୍ଥାରେ ସ୍ୱାକ୍ଷର କରିଥିଲେ।
Image Source: The Wire୨୦୧୭-୧୮ ଆର୍ଥିକ ବର୍ଷ ପୂର୍ବରୁ ଇସ୍ରୋର ବାର୍ଷିକ ବୈଦେଶିକ ରାଜସ୍ୱ ମାତ୍ର ୨୦୦ କୋଟିରୁ ଅଧିକ ରହୁଥିଲା। ଆର୍ଥିକ ବର୍ଷ ୨୦୧୬-୧୭ରେ ଏହା ଥିଲା ୨୦୮ କୋଟି ଟଙ୍କା, ୨୦୧୫-୧୬ରେ ଥିଲା ୨୨୭ କୋଟି ଟଙ୍କା ଏବଂ ୨୦୧୪-୧୫ରେ ଥିଲା ୨୫୨ କୋଟି ଟଙ୍କା।
ମହାକାଶ ବିଭାଗର କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ସଦ୍ୟ ଶେଷ ହୋଇଥିବା ଶୀତକାଳୀନ ଅଧିବେଶନରେ ଏକ ଲିଖିତ ଉତ୍ତରରେ ରାଜ୍ୟସଭାରେ ଏ କଥା ଜଣାଇଛନ୍ତି। ବିଶ୍ୱ କୃତ୍ରିମ ଉପଗ୍ରହ ଉତ୍କ୍ଷେପଣ ବଜାରରେ ଇସ୍ରୋର ଅଂଶ ମାତ୍ର ୨% ଥିଲେ ବି କ୍ଷୁଦ୍ର କୃତ୍ରିମ ଉପଗ୍ରହ ଉତ୍କ୍ଷେପଣ ବଜାରରେ ‘ପିଏସ୍ଏଲ୍ଭି’ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଦେଶ ପାଇଁ ବୈଦେଶିକ ମୁଦ୍ରା ଉପାର୍ଜନ କରୁଛି।
୧୯୯୯ ମସିହା ମେ ୨୬ ତାରିଖ ଠାରୁ ଏଯାବତ୍ ପିଏସ୍ଏଲ୍ଭି ୩୧୯ଟି ବିଦେଶୀ କୃତ୍ରିମ ଉପଗ୍ରହ ଉତ୍କ୍ଷେପଣ କରି ସାରିଲାଣି।
Follow Us