ପୋପଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା, କାହିଁକି ଜାଣନ୍ତୁ

ପୋପଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା, କାହିଁକି ଜାଣନ୍ତୁ

photo-vatican news

ନୂଆଦିଲ୍ଲୀ: ଖ୍ରୀଷ୍ଟିଆନଙ୍କ ଧର୍ମାବଲମ୍ବୀଙ୍କ ଧର୍ମଗୁରୁ ଭାବରେ ବିବେଚିତ ପୋପ୍ ଫ୍ରାନ୍ସିସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ଏଥର ପୋପ୍ ଫ୍ରାନ୍ସିସଙ୍କ ଆକାଉଣ୍ଟରୁ ଜଣେ ମଡେଲଙ୍କର ଫଟୋକୁ ଲାଇକ କରାଯାଇଥିବାରୁ ଏହାକୁ ନେଇ ବିସ୍ମୟ ପ୍ରକାଶ ପାଇଛି। ପୋପ୍ ଫ୍ରାନ୍ସିସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଜଣେ ଏକ୍ସ-ରେଟେଡ୍ ମଡେଲଙ୍କର ଫଟୋ ପସନ୍ଦ କରାଯାଇଥିବାର ଅଭିଯୋଗ ହୋଇଛି। ଇନଷ୍ଟାଗ୍ରାମରେ ମାରଗଟ୍ ଫକ୍ସ ନାମକ ମଡେଲ ଦାବି କରିଛନ୍ତି ଯେ ପୋପ୍ ଫ୍ରାନ୍ସିସ୍ ତାଙ୍କ ଫଟୋକୁ ପସନ୍ଦ କରିଛନ୍ତି। ତାଙ୍କ ମତ ପ୍ରମାଣ କରିବାକୁ ମଡେଲ୍ ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି |

ସୂଚନା ଥାଉ କି ଏହାପୂର୍ବରୁ ପୋପ୍ ଫ୍ରାନ୍ସିସଙ୍କ ଅଫିସିଆଲ ଆକାଉଣ୍ଟରୁ ବିକିନି ପିନ୍ଧିଥିବା ଜଣେ ମଡେଲଙ୍କର ଫଟୋକୁ ଲାଇକ କରାଯାଇଥିଲା, ଯାହାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା। ମଡେଲ୍ ମାରଗଟ୍ ଟ୍ୱିଟ୍ କରି କହିଛନ୍ତି ଯେ 'ପୋପ୍ ମୋର ଫଟୋକୁ ପସନ୍ଦ କରିଛନ୍ତି, ଅର୍ଥାତ୍ ମୁଁ ସ୍ୱର୍ଗକୁ ଯାଉଛି'। ମଡେଲ୍ ଜଣକ ପୋପଙ୍କ ଭେରିଫାଏଡ଼ ଆକାଉଣ୍ଟର ଏକ ଫଟୋ ମଧ୍ୟ ପ୍ରକାଶ କରିଛନ୍ତି |


ଆଉ ମଡେଲଙ୍କର ଏହି ପୋଷ୍ଟ ପରଠାରୁ ଏହି ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହି ଘଟଣାକୁ ସମାଲୋଚନା କରୁଛନ୍ତି। ଏକ ମାସ ମଧ୍ୟରେ ଦ୍ଵିତୀୟଥର ପାଇଁ ପୋପ୍ ଫ୍ରାନ୍ସିସଙ୍କ ଆକାଉଣ୍ଟରୁ ଏପରି ଫଟୋକୁ ଲାଇକ କରାଯାଇଥିବା ବେଳେ ଘଟଣା ସମ୍ପର୍କରେ ଇନଷ୍ଟାଗ୍ରାମକୁ ସ୍ପଷ୍ଟୀକରଣ ମଗାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe