କରୋନା ମୃତ୍ୟୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ: ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ‌

Advertisment
ସୁପ୍ରିମ୍‌ କୋର୍ଟ ପ୍ରେକ୍ଷାଳୟରେ ହେବ ନୂତନ ବିଚାରପତିମାନଙ୍କ ଶପଥଗ୍ରହଣ ଉତ୍ସବ

Image Courtesy of New Indian Express

ନୂଆଦିଲ୍ଲୀ : କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂପର୍କୀୟଙ୍କୁ କ୍ଷତିପୂରଣ ଦେବାପାଇଁ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିବାରେ କେନ୍ଦ୍ର ସରକାର ବିଳମ୍ବ କରୁଛନ୍ତି। ଗାଇଡଲାଇନ ପ୍ରସ୍ତୁତି ବିଳମ୍ବ ହେଉଥିବାରୁ ଆଜି ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି। ଏପରିକି ଗାଇଡଲାଇନ୍ ପ୍ରସ୍ତୁତ ହେବାବେଳକୁ ତୃତୀୟ ଲହର ମଧ୍ୟ ଚାଲିଯାଇଥିବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ସୁପ୍ରିମ କୋର୍ଟର ବିଚାରପତି ଏମ୍‌ ଆର୍‌ ଶାହ ଏବଂ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ‌ଖଣ୍ଡପୀଠ କହିଛନ୍ତି, ମୃତ୍ୟୁ ପ୍ରମାଣପତ୍ର, କ୍ଷତିପୂରଣ ଆଦି ସଂପର୍କରେ ବହୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅଧିକ ପଦକ୍ଷେପ ନେବା ପୂର୍ବରୁ ତୃତୀୟ ଲହର ଶେଷ ହୋଇ ଯାଇଥିବ।

କୋଭିଡ୍‌-୧୯ରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ସଂପର୍କୀୟମାନଙ୍କୁ କ୍ଷତିପୂରଣ ପ୍ରଦାନ ସଂପର୍କିତ ମାଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟ ଗତ ଅଗଷ୍ଟ ୧୬ ତାରିଖରେ ୪ ସପ୍ତାହ ସମୟ ଦେଇଥିଲେ। କିନ୍ତୁ କୋଭିଡ-୧୯ ମାମଲ‌ାରେ ମୃତ୍ୟୁ ପ୍ରମାଣପତ୍ର ଏବଂ ଅର୍ଥ ଆୟୋଗଙ୍କ ସୁପାରିସ ଆଧାରରେ ସାମାଜିକ ସୁରକ୍ଷା ଏବଂ ମଙ୍ଗଳ ପଦକ୍ଷେପ ପାଇଁ ଦିଆଯାଇଥିବା ପରାମର୍ଶ ଉପରେ ଦୁଇ ସପ୍ତାହ ମଧ୍ୟରେ ଜଣାଇବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ। ଏଥିସହିତ ଜୁନ ୩୦ ତାରିଖରେ ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବାରେ ସରକାର କାହିଁକି ବିଫଳ ହେଲେ ବୋଲି ସୁପ୍ରିମ କୋର୍ଟ ପଚାରିଥିଲେ। ସଲିସିଟର ଜେନେରାଲ କହିଥିଲେ ଏହି ପ୍ରସଙ୍ଗ ସରକାରଙ୍କ ବିଚାରାଧୀନ ଅଛି। ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା କାର୍ଯ୍ୟକାରିତା ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଜୁନ ୩୦ ତାରିଖରେ ସୁପ୍ରିମ କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଥିଲେ, ୨୦୦୫ ଆଇନ ଅନୁସାରେ କୋଭିଡ-୧୯କୁ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ତେଣୁ କୋଭିଡ-୧୯ରେ ମୃତ ବ୍ୟକ୍ତିଙ୍କ ସଂପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନର ଆବଶ୍ୟକତା ରହିଛି। ଅଦାଲତ କ୍ଷତିପୂରଣର ପରିମାଣ କେତେ ରହିବ ତାହା ଧାର୍ଯ୍ୟ କରି ନଥିଲେ। ୬ ସପ୍ତାହ ମଧ୍ୟରେ ଗାଇଡଲାଇନ ପ୍ରସ୍ତୁତ କରିବା ସମେତ କେତେ ପରିମାଣର କ୍ଷତିପୂରଣ ଦିଆଯିବ ତାହା ସ୍ଥିର କରିବା କାର୍ଯ୍ୟ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ଉପରେ ଛାଡ଼ି ଦେଇଥିଲେ। କୋଭିଡ-୧୯ରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପ୍ରସଙ୍ଗରେ ହୋଇଥିବା ଏକାଧିକ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଏଭଳି ରାୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe