ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ: ଆମେରିକାର ସମର୍ଥନକୁ ଦୋହରାଇଲେ ବାଇଡେନ

Advertisment
ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ: ଆମେରିକାର ସମର୍ଥନକୁ ଦୋହରାଇଲେ ବାଇଡେନ

Hindustan Times

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତର ସ୍ଥାୟୀ ସଦସ୍ୟତା ନେଇ ଆମେରିକାର ସମର୍ଥନକୁ ଦୋହରାଇଛନ୍ତି। ନ୍ୟୁକ୍ଳିୟର ସପ୍ଲାୟର ଗ୍ରୁପ୍ (ଏନ୍‌ଏସ୍‌ଜି)ରେ ଭାରତର ସଦସ୍ୟତାକୁ ମଧ୍ୟ ଆମେରିକା ସମର୍ଥନ କରେ ବୋଲି ସେ କହିଛନ୍ତି।

ବାଇଡେନ କହିଛନ୍ତି, ଜାତିସଂଘ ବ୍ୟବସ୍ଥାକୁ ଭାରତର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଏଣୁ ୨୦୨୮-୨୯ ଲାଗି ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରାର୍ଥିତ୍ବକୁ ଆମେରିକା ସ୍ବାଗତ କରିବ। ବହୁପାକ୍ଷିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଲାଗି ସୁରକ୍ଷା ପରିଷଦରେ ସଂସ୍କାର ଅଣାଯିବା ଓ ଭାରତକୁ ଏହାର ସ୍ଥାୟୀ ସଦସ୍ୟ କରାଯିବା ଆବଶ୍ୟକ ବୋଲି ବାଇଡେନ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe