ପର୍ଯ୍ୟଟନ କ୍ଷେତ୍ର ଖୋଲିବା ପ୍ରସଙ୍ଗ : ୧୬ରେ କେନ୍ଦ୍ର-ରାଜ୍ୟ ଆଲୋଚନା

Advertisment
ପର୍ଯ୍ୟଟନ କ୍ଷେତ୍ର ଖୋଲିବା ପ୍ରସଙ୍ଗ : ୧୬ରେ କେନ୍ଦ୍ର-ରାଜ୍ୟ ଆଲୋଚନା

ନୂଆଦିଲ୍ଲୀ : କୋରନା ଦ୍ୱାରା ପ୍ରଭାବିତ ହୋଇଥିବା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଖୋଲିବା ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ରାଜ୍ୟମାନଙ୍କ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ଆସନ୍ତା ୧୫ ଓ ୧୬ ତାରିଖ ଦୁଇଦିନ ଧରି ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ଏହି ଆଲୋଚନା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ୧୬ ତାରିଖରେ ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନା ସମୟରେ ଉପସ୍ଥିତ ରହିବେ। ଏହି ଆଲୋଚନା ପରେ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଖୋଲିବା ନେଇ ଏକ ନିଷ୍ପତ୍ତି ଗ୍ରହଣ କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe