ମୋଗଲ ମସଜିଦରେ ନମାଜ ପାଇଁ ଅନୁମତି ପ୍ରସଙ୍ଗ: ଜରୁରୀ ଶୁଣାଣି ପାଇଁ ଦିଲ୍ଲୀ ହାଇକୋର୍ଟ ମନା କଲେ

Advertisment
ଆପକୁ ଶକ୍ତ ଧକ୍କା : ଦିଲ୍ଲୀ ଏମସିଡି ଷ୍ଟାଣ୍ଡିଂ କମିଟିରେ ପୁନଃ ନିର୍ବାଚନ ଉପରେ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : କୁତୁବ ମିନାର ପରିସରରେ ଥିବା ମୋଗଲ ମସଜିଦରେ ପ୍ରାର୍ଥନା ବନ୍ଦ କରାଯିବା ଘଟଣାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ମାମଲାର ଜରୁରୀ ଶୁଣାଣି ପାଇଁ ବିଚାରପତି ମନ‌ା କରିଛନ୍ତି।

ସୂଚନାଯୋଗ୍ୟ କୁତୁବ ମିନାର ପରିସରରେ ଥିବା ଏହି ମସଜିଦ ମଧ୍ୟକୁ ପ୍ରବେଶ ପାଇଁ ମେ ୧୩ରୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ଭେ (ଏଏସ୍‌ଆଇ) ଦ୍ବାରା ପ୍ରତିବନ୍ଧକ ଲଗାଯିବା ପରେ ଲୋକମାନେ ନମାଜ ପାଠ ପାଇଁ ଏହା ମଧ୍ୟକୁ ଯାଇପାରୁ ନାହାନ୍ତି। ଏହା ପୂର୍ବରୁ ମେ ୬ରେ ପାଞ୍ଚ ଜଣଙ୍କୁ ନମାଜ ପାଠ ପାଇଁ ମସଜିଦ ଭିତରକୁ ଛାଡ଼ିବାକୁ ଏଏସ୍‌ଆଇ ଅନୁମତି ଦେଇଥିଲା। ମାତ୍ର ଲିଖିତ ନିର୍ଦ୍ଦେଶ ନ ଥାଇ ବି ଲୋକଙ୍କୁ ପ୍ରାର୍ଥନାରୁ ବଞ୍ଚିତ କରାଯାଉଛି। ଏହାଦ୍ବାରା ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି ବୋଲି ଆବେଦନରେ ଦର୍ଶାଯାଇଛି। କୁତୁବ କମ୍ପ୍ଲେକ୍ସ ପରିସର ପ୍ରବେଶ ପଥରେ ମୋଗଲ ଉଦ୍ୟାନ ସାମ୍ନାରେ ଅବସ୍ଥିତ ଏହି ମସଜିଦ ବିବାଦୀୟ ମସଜିଦ କୁୱାତ-ଉଲ୍‌-ଇସଲାମଠାରୁ ଭିନ୍ନ ଯାହା କୁତୁବ ମିନାର ଭିତରେ ଅବସ୍ଥିତ। ଏଠାରେ ମୁସଲମାନମାନଙ୍କୁ ନମାଜ ପାଠ କରିବା ପାଇଁ ତୁରନ୍ତ ଅନୁମତି ଦେବାକୁ ମାମଲାରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ୍‌ ମନୋଜ କୁମାର ଓହ୍ରି ଏବଂ ଜଷ୍ଟିସ୍‌ ପୁନମ୍ ଏ ବାମ୍ବାଙ୍କ ମିଳିତ ଖଣ୍ଡପୀଠ ମାମଲାର ତୁରନ୍ତ ଶୁଣାଣି ପାଇଁ ମନା କରିଛନ୍ତି। ପୁରାତନ ହିନ୍ଦୁ ଏବଂ ଜୈନ ମନ୍ଦିରକୁ ଭଙ୍ଗାଯାଇ କୁୱାତ-ଉଲ୍‌-ଇସଲାମ ମସଜିଦ ନିର୍ମାଣ କରାଯାଇଛି ବୋଲି କିଛି ହିନ୍ଦୁ ଗୋଷ୍ଠୀଙ୍କ ଦ୍ବାରା ଅଭିଯୋଗ ହେବା ପରେ ଏଏସ୍‌ଆଇ ମସଜିଦ ମଧ୍ୟକୁ ପ୍ରବେଶ ପାଇଁ କଟକଣା ଲଗାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe