ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ: ରାଜ୍ୟସଭାରେ ‘ବେସରକାରୀ ବିଲ୍‌’ ଆଗତ କଲେ ପ୍ରସନ୍ନ ଆଚାର୍ଯ୍ୟ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ: ରାଜ୍ୟସଭାରେ ‘ବେସରକାରୀ ବିଲ୍‌’ ଆଗତ କଲେ ପ୍ରସନ୍ନ ଆଚାର୍ଯ୍ୟ

ନୂଆଦିଲ୍ଲୀ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ହେଲା ଦାବି ହୋଇଆସୁଛି। ତେବେ ଏ ଦିଗରେ ବି‌ଶେଷ କିଛି ଅଗ୍ରଗତି ହୋଇପାରିନାହିଁ। ଏହି ପ୍ରସଙ୍ଗ କେବଳ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚିଠି ଦିଆନିଆ ମଧ୍ୟରେ ସୀମିତ ହୋଇ ରହିଯାଇଛି। ପ୍ରସଙ୍ଗକୁ ବିଭିନ୍ନ ସମୟରେ ସଂସଦରେ ଉପସ୍ଥାପନ କରାଯାଇଥିଲେ ମଧ୍ୟ ବିଶେ‌ଷ କିଛି ଅଗ୍ରଗତି ହୋଇପାରିନାହିଁ। ଆଜି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟସଭା ବିଜୁ ଜନତା ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ‘ବେସରକାରୀ ବିଲ’ (ଘରୋଇ ସଭ୍ୟ ବିଲ୍‌) ଆଗତ କରିଛନ୍ତି।

ହାଇକୋର୍ଟରେ ମାମଲା ଲଢ଼ିବା ନିମନ୍ତେ ପଶ୍ଚିମ ଓଡ଼ିଶା ଲୋକମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ‘ପ୍ରାଇଭେଟ୍‌ ମେମ୍ବର୍‌ସ ବିଲ୍‌’ ଜରିଆରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସାଂସଦ ଆଚାର୍ଯ୍ୟ ପ୍ରୟାସ କରିଛନ୍ତି। ରାଜ୍ୟସଭାରେ ଶ୍ରୀ ଆଚାର୍ଯ୍ୟ ଏକାଧିକ ଥର ଶୂନ୍ୟକାଳ, ପ୍ରଶ୍ନକାଳ ତଥା ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଦାବି କରିଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe