ବଂଶଧାରା ଟ୍ରିବ୍ୟୁନାଲଙ୍କ ରାୟ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

Advertisment
ନାବାଳକ ସତ୍ତ୍ବେ ୧୭ ବର୍ଷ ଜେଲ୍‌, ସୁପ୍ରିମ୍‌ କୋର୍ଟ ମୁକ୍ତ କଲେ

Image Courtesy of India Today

ନୂଆଦିଲ୍ଲୀ : ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଚୂଡ଼ାନ୍ତ ରାୟ ବି‌ରୋଧରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଦୁଇଟି ଏସଏଲ୍‌ପିର ଶୁଣାଣି ଆଜି ସୁପ୍ରିମକୋର୍ଟ କରିବେ। ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ ଓ ବିଚାରପତି ଜଷ୍ଟିସ୍‌ ବିଭି ନାଗରତ୍ନାଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହେବ। ଟ୍ରିବ୍ୟୁନାଲ୍‌ଙ୍କ ସେପ୍ଟେମ୍ବର ୧୩, ୨୦୧୭ର ଚୂଡ଼ାନ୍ତ ରାୟ ବିରୋଧରେ ରାଜ୍ୟ ସରକାର ଡିସେମ୍ବର ୨୦୧୭ରେ ଏସ୍‌ଏଲ୍‌ପି ଦାଖଲ କରିଥିବାବେଳେ ଟ୍ରିବ୍ୟୁନାଲ୍‌ଙ୍କ ସେପ୍ଟେମ୍ବର ୨୩, ୨୦୧୯ର ମିଳିତ ସ‌ର୍ଭେ ଆଦେଶ ବିରୋଧରେ ରାଜ୍ୟ ସରକାରଙ୍କ ଦ୍ବାରା ଅକ୍ଟୋବର ୨୦୧୯ରେ ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରାଯାଇଥିଲା। ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଦୁଇଟି ଏସ୍‌ଏଲ୍‌ପିର ଏକତ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଏପ୍ରିଲ୍‌ ୧୯, ୨୦୨୦କୁ ତାରିଖ ଧାର୍ଯ୍ୟ କରିଥିଲେ।

କରୋନା କଟକଣା ଯୋଗୁଁ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ହୋଇପାରୁନଥିବା ଯୋଗୁଁ ମାମଲାର ଶୁଣାଣିରେ ବିଳମ୍ବ ହୋଇଛି। ମାମଲା ପରିଚାଳନା ପାଇଁ ଓଡ଼ିଶା ସରକାର ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ ଓ କପିଲ ସିବଲଙ୍କୁ ନିୟୋଜିତ କରିଥିବାବେଳେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରିବେ ଆଇନଜୀବୀ ସିଏସ୍‌ ବୈଦନାଥନ। ବଂଶଧାରା ଜଳବିବାଦ ମାମଲାରେ ଆସନ୍ତାକାଲି ସୁପ୍ରିମକୋର୍ଟ ଓଡ଼ିଶା ଦ୍ବାରା ପୂର୍ବରୁ ଦାଖଲ କରାଯାଇଥିବା ଦୁଇଟି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରିଥିବାବେଳେ ଚଳିତ ମାସରେ ଓଡ଼ିଶା ଦ୍ବାରା ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଜୁନ୍‌ ୨୧, ୨୦୨୧ର ରାୟକୁ ବି‌ରୋଧ କରାଯାଇ ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିକୁ ମଧ୍ୟ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣିରେ ସାମିଲ କରିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe