କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ମୁତୟନ ବାବଦ ବକେୟା ଅର୍ଥ ଛାଡ଼ ପ୍ରସଙ୍ଗ: ଖିଲାପି ରାଜ୍ୟଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ସୁପାରିସ

ପଶ୍ଚିମବଙ୍ଗରେ କଡା ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୩୦୩ କଂପାନୀ ସିଏପିଏଫ ଫୋର୍ସ

DNA India

ନୂଆଦିଲ୍ଲୀ : କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍‌) ମୁତୟନ ବାବଦରେ ବକେୟା ଅର୍ଥ ଛାଡ଼ ଦାବି ପ୍ରସଙ୍ଗକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଷ୍ଟାଣ୍ଡିଂ କମିଟି କଡ଼ା ଆଭିମୁଖ୍ୟ ପୋଷଣ କରିଛି। ସିଏପିଏଫ୍‌ ମୁତୟନ ବାବଦରେ ଓଡ଼ିଶା, ଗୋଆ, ଛତିଶଗଡ଼, ନାଗାଲାଣ୍ଡ, ମିଜୋରମ, ଆନ୍ଧ୍ରପ୍ରଦେଶ, ଆସାମ, ପଞ୍ଜାବ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ତ୍ରିପୁରା ଓ ଜମ୍ମୁ-କାଶ୍ମୀର ଉପରେ ୨୦୨୨ ଅକ୍ଟୋବର ପହିଲା ସୁଦ୍ଧା ୪୪,୦୮୩.୫୧ କୋଟି ଟଙ୍କା ବାକି ପଡ଼ିଛି। ଖିଲାପି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କୁ ଏ ବାବଦରେ ପ୍ରତି ମାସରେ ଅବଗତ କରିବା ସହ ବକେୟା ଆଦାୟ ପାଇଁ ପଦକ୍ଷେପ ନେବାକୁ ରିପୋର୍ଟରେ କମିଟି ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ସୁପାରିସ କରିଛି। ବିଜେପି ସାଂସଦ ବ୍ରିଜ ଲାଲଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟି ସଂସଦରେ ଉପସ୍ଥାପନ କରିଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

କମିଟିର ସୁପାରିସ ହେଲା, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଜ୍ୟମାନଙ୍କ ଠାରୁ ବାକିଆ ଆଦାୟ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ। ସିଏପିଏଫ୍‌ ମୁତୟନ ବାବଦରେ ଅର୍ଥ ଛାଡ଼ ପାଇଁ ରାଜ୍ୟମାନଙ୍କ ଦାବିର କାରଣ କ’ଣ ଓ ମନ୍ତ୍ରାଳୟ ଏହି ସମସ୍ୟାର ସମାଧାନ ପାଇଁ କି କି ପଦକ୍ଷେପ ନେଇଛି କମିଟି ଜାଣିବାକୁ ଚାହିଥିଲେ। ଏ ସମ୍ପର୍କରେ କମିଟିକୁ ମନ୍ତ୍ରାଳୟ ସୂଚନା ଦେଇ କହିଛନ୍ତି, ଦୀର୍ଘ ଦିନ ହେଲା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସିଏପିଏଫ୍‌ ମୁତୟନ ବାବଦ ଖର୍ଚ୍ଚ ଛାଡ଼ ପାଇଁ ମନ୍ତ୍ରାଳୟ ନିକଟରେ ଦାବି କରିଆସୁଛନ୍ତି। ଅନ୍ୟ ପକ୍ଷରେ ବକେୟା ଅର୍ଥରାଶି ପୈଠ ପାଇଁ ରାଜ୍ୟମାନଙ୍କୁ ପ୍ରତି ତିନି ମାସରେ ମନ୍ତ୍ରାଳୟ ପକ୍ଷରୁ ଅନୁରୋଧ କରାଯାଉଛି। ଏହି କ୍ରମରେ ଖର୍ଚ୍ଚ ଛାଡ଼ପାଇଁ ଓଡ଼ିଶା ମୁ୍‌ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ରେ ଏବଂ ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ରଲେଖିଥିଲେ। ସମ୍ବଳ ଅଭାବ ଯୋଗୁ ସିଏପିଏଫ୍‌ ବାବଦ ଖର୍ଚ୍ଚ ବହନ ରାଜ୍ୟ ପକ୍ଷରେ ସମ୍ଭବ ହେଉନାହିଁ ବୋଲି ସେ ପତ୍ରରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe