ଐତିହ୍ୟ ସ୍ଥଳକୁ ସୁରକ୍ଷିତ କୀର୍ତ୍ତିରାଜିରେ ସାମିଲ ପ୍ରସ୍ତାବ ଆସିଲେ ବିଚାର କରାଯିବ: ସଂସ୍କୃତି ମନ୍ତ୍ରୀ

Advertisment
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କ ପାଖରେ ପ୍ରସ୍ତାବ ନାହିଁ

Wikipedia

ନୂଆଦିଲ୍ଲୀ : ପଶ୍ଚିମ ଓଡ଼ିଶାର କିଛି ଐତିହାସିକ ସ୍ଥଳକୁ ସୁରକ୍ଷିତ କୀର୍ତ୍ତିରାଜିରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରୁ ପ୍ରସ୍ତାବ ଆସିଲେ ତାକୁ ଯାଞ୍ଚ କରାଯାଇ ବିଚାର କରାଯିବ। ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ମୌଖିକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ।

ମନ୍ତ୍ରୀ କହିଲେ, ରାଜ୍ୟମାନଙ୍କ ପ୍ରସ୍ତାବକୁ ବିଚାର କରାଯାଇ ଆମସାର ଆଇନ ଅନୁସାରେ ଐତିହ୍ୟ ସ୍ଥଳଗୁଡ଼ିକୁ ସୁରକ୍ଷିତ କୀର୍ତ୍ତିରାଜି ବର୍ଗରେ ସାମିଲ କରାଯାଇଥାଏ। ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହତ୍ବକୁ ଦୃଷ୍ଟିରେ ରଖାଯାଇ ପଶ୍ଚିମ ଓଡ଼ିଶାର ସମଲେଶ୍ବରୀ ମନ୍ଦିର (ସମ୍ବଲପୁର), ପାଟନେଶ୍ବରୀ ମନ୍ଦିର (ପାଟଣାଗଡ) ବଲାଙ୍ଗୀର , ହରିଶଙ୍କର ମନ୍ଦିର (ବଲାଙ୍ଗୀର), ନୃସିଂହନାଥ ମନ୍ଦିର (ବରଗଡ଼), ଲଙ୍କେଶ୍ବରୀ ମନ୍ଦିର (କଳାହାଣ୍ଡି), ମାଣିକେଶ୍ବର ମନ୍ଦିର (କଳାହାଣ୍ଡି), ପାତାଳେଶ୍ବର ମନ୍ଦିର(ନୂଆପଡ଼ା), ଯୋଗେଶ୍ବର ମନ୍ଦିର ( ନୂଆପଡ଼ା), ଦଧିବାମନ ମନ୍ଦିର (ନୂଆପଡ଼ା), ସାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର କୋରାପୁଟ ତଥା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସ୍ବାଧୀନତା ସଂଗ୍ରାମୀଙ୍କ ପୀଠ ସାଲିଆଗଡ଼କୁ ରାଷ୍ଟ୍ରୀୟ ସ୍ମାରକ ରୂପେ ଘୋଷଣା କରିବା ପାଇଁ ଲୋକସଭାରେ ବିଜେପି ସାଂସଦ ବସନ୍ତ କୁମାର ପଣ୍ଡା ପ୍ରଶ୍ନ ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe