ଟ୍ବିଟରରେ ପୁଣି ବିଭ୍ରାଟ

ଟ୍ବିଟରରେ ପୁଣି ବିଭ୍ରାଟ

Technologistan

ନୂଆଦିଲ୍ଲୀ : ଗୁରୁବାର ସକାଳ ପ୍ରହରରେ ବିଶ୍ବର ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ରେ ବିଭ୍ରାଟ ଦେଖାଦେଇଥିଲେ। ବ୍ୟବହାରକାରୀମାନେ ନିଜ ପ୍ରୋଫାଇଲ୍‌ରେ ପହଞ୍ଚିପାରିନଥିଲେ। ଆପେ ସେମାନଙ୍କ ଆକାଉଣ୍ଟ୍‌ ଲଗ୍‌ ଆଉଟ୍‌ ହୋଇଯାଇଥିଲା। ସେମାନେ ଚାହିଲେ ମଧ୍ୟ ପୁଣି ଥରେ ଲଗ୍‌-ଇନ୍ କରିପାରିନଥିଲେ। ଉଭୟ ମୋବାଇଲ୍ ଏବଂ ଡେସ୍କଟପ୍ ବ୍ୟବହାରକାରୀମାନେ ସେଭଳି ଅସୁବିଧା ସାମ୍ନା କରିଥିଲେ। ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍‌ ମସ୍କ ଚଳିତ ବର୍ଷ ଅକ୍ଟୋବରରେ ଟ୍ବିଟରକୁ କିଣିବା ପରେ ତୃତୀୟ ଥର ପାଇଁ ସେଥିରେ ବିଭ୍ରାଟ ଦେଖାଦେଇଛି।

ଡାଉନ୍‌ଡିଟେକ୍ଟର ଅନୁସାରେ ଦିଲ୍ଲୀ, ଚେନ୍ନାଇ, ନାଗପୁର, ମୁମ୍ବାଇ,‌ ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ ଓ କୋଲକାତାରେ ଲୋକମାନେ ଟ୍ବିଟରକୁ ବ୍ୟବହାର କରିବାରେ ଅସୁବିଧା ସାମ୍ନା କରିଥିଲେ। କେବଳ ଭାରତ ନୁହେଁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଟ୍ବିଟର ଡାଉନ୍‌ ଥିଲା। ସକାଳ ୬ଟା‌ରେ ସେହି ସମସ୍ୟା ଦେଖାଦେଇଥିଲା। ଆମେରିକା, ବ୍ରିଟେନ, କାନାଡା ଓ ଫ୍ରାନ୍ସରେ ମଧ୍ୟ ଟ୍ବିଟର ଡାଉନ୍‌ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe