ପରିବର୍ତ୍ତିତ ଭୂତାଣୁ ଚିହ୍ନଟ ପାଇଁ ତ୍ବରିତ ବ୍ୟବସ୍ଥା ନାହିଁ, ଭାରତରେ ନୂଆ ଭୂତାଣୁ ନାହିଁ ବୋଲି କହି‌‌ହେବନି

Advertisment
ପରିବର୍ତ୍ତିତ ଭୂତାଣୁ ଚିହ୍ନଟ ପାଇଁ ତ୍ବରିତ ବ୍ୟବସ୍ଥା ନାହିଁ, ଭାରତରେ ନୂଆ ଭୂତାଣୁ ନାହିଁ ବୋଲି କହି‌‌ହେବନି

ମୁମ୍ବାଇ: ବ୍ରିଟେନ୍‌ରେ ଆତଙ୍କ ଖେଳାଇଥିବା ନୂଆ କରୋନା ଭୂତାଣୁ ଭାରତରେ ଯେ, ନାହିଁ ତାହା କହି‌ହେବ ନାହିଁ। ଦେଶରେ ଏହାକୁ ତୁରନ୍ତ ଚିହ୍ନଟ ପାଇଁ ଟେଷ୍ଟିଂ ବ୍ୟବସ୍ଥା ନାହିଁ। ତେଣୁ ଭାରତରେ ଏହି ନୂଆ ଭୂତାଣୁର ଉପସ୍ଥିତି ଆଶଙ୍କାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ହେବନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବର୍ତ୍ତମାନର କୋଭିଡ୍‌ ନମୁନାରେ ନୂଆ ଭୁତା‌ଣୁ ପାଇବା ଦିଗରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି।ଉଦାହରଣ ସ୍ବରୂପ କସ୍ତୁରବା ହସ୍ପିଟାଲ୍‌ରେ ବିଏମ୍‌ସିର ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ୍‌ସ ଲାବ୍ରୋଟୋରି ଗତ ସେପ୍ଟେମ୍ବରଠାରୁ ସଂଗୃହିତ ନମୁନାକୁ ପୃଥକ୍‌ ଭାବେ ଗଚ୍ଛିତ କରି ରଖିଛି। ଏବେ ବିଶେଷଜ୍ଞମାନେ ଏହି ନମୁନା ଉପରେ ଅଧ୍ୟୟନ କରିବେ।

ନମୁନାର ଆର୍‌ଟିପିସିଆର ଟେଷ୍ଟ୍‌‌ରୁ ଏଥିରେ ‘ଏସ୍‌-ଜିନ୍‌’ ଅଛି କି ନା’ ତାହା ଜଣାପଡ଼ିବ। ଡ. ଜୟନ୍ତୀ ଶାସ୍ତ୍ରୀ କହିଛନ୍ତି, ଏସ୍‌ ଜିନ୍‌ ନଥିବା ପଜିଟିଭ୍‌ ନମୁନାକୁ ଭଲଭାବେ ଚିହ୍ନଟ କରାଯିବ ଏବଂ ଏହାକୁ ଅନୁକ୍ରମରେ ରଖାଯିବ। ଏନ୍‌ଆଇଭି ପୁନେରେ ମଧ୍ୟ ଏହି ପଦ୍ଧତିରେ କାମ ହେବ। ଗୋଟିଏ ନମୁନାକୁ କୋଭିଡ୍‌ ପଜିଟିଭ୍‌ ଦର୍ଶାଇବା ପାଇଁ ଆର୍‌ଟିପିସିଆର ଟେଷ୍ଟ୍‌ ଦ୍ବାରା ୨ଟି ଜିନ୍‌ ଚିହ୍ନଟ କରିବାକୁ ପଡ଼ିଥାଏ। ସାଧାରଣରେ ବ୍ୟବହୃତ ହେଉଥିବା କିଟ୍‌ ଏନ୍‌, ଏସ୍‌ ଏବଂ ଓଆରଏଫ୍‌ ଜିନ୍‌ ଚିହ୍ନଟ କରିଥାଏ। ତେବେ ଏଥିମଧ୍ୟରୁ ଯେ କୌଣସି ୨ଟି ଜିନ୍‌ ଚିହ୍ନଟ ହେବାକୁ ସାର୍ସ-କୋଭ୍‌-୨ ପଜିଟିଭ୍‌ ବୋଲି କୁହାଯାଏ। କିନ୍ତୁ ବ୍ରିଟେନ୍‌ରେ ଏହି ନୂଆ ଭୂତାଣୁ କ୍ଷେତ୍ରରେ ଏସ୍‌ ଜିନ୍‌ ଚିହ୍ନଟ ହେଉନି। ତେଣୁ ଲ୍ୟାବ୍‌ ପକ୍ଷରୁ ଏସ୍‌ ଜିନ୍‌ ନଥିବା ନମୁନା ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe