ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବା ଏକ ଐତିହାସିକ ମୁହୂର୍ତ୍ତ: ପିକେ ମିଶ୍ର

Advertisment
ଜି-୨୦ କାର୍ଯ୍ୟକ୍ରମରେ ଦେଢ଼ କୋଟି ଲୋକ ସାମିଲ: ପିକେ ମିଶ୍ର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଗୁରୁବାର ଭାରତ ଜି-୨୦ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଆମ ଦେଶର ପ୍ରତିଷ୍ଠା ଏବଂ ଖ୍ୟାତିକୁ ଉପଯୁକ୍ତ ଭାବେ ପ୍ରଦର୍ଶନ କରିବା ଆମର ଦାୟିତ୍ୱ। ସେ କହିଥିଲେ ଯେ ଦେଶର ୫୬ଟି ବିଭିନ୍ନ ସ୍ଥାନରେ ଏହି ବୈଠକର ଆୟୋଜନ ନିଶ୍ଚିତ କରିବ ଯେ ଏହି କାର୍ଯ୍ୟକ୍ରମରେ ବାସ୍ତବରେ ପ୍ରତ୍ୟେକ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ତଥା ନାଗରିକ ଅଂଶୀଦାର ହୋଇଛନ୍ତି।

ଭାରତରେ ଯେତିକି ବିବିଧତା ରହିଛି ସେତିକି ସ୍ୱତନ୍ତ୍ରତା ରହିଛି। ବିଶ୍ୱ ନଜରକୁ ଭାରତର ସର୍ବୋତ୍ତମ ପରମ୍ପରାକୁ ଆଣିବା ଆମର ଦାୟିତ୍ୱ ବୋଲି ଶ୍ରୀ ମିଶ୍ର ବିଶ୍ୱବିଦ୍ୟାଳୟ କନେକ୍ଟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ଜି୨୦ ଅଧ୍ୟକ୍ଷତା ଏକ ସୁଯୋଗ ଯାହାଦ୍ବାରା ଭାରତ ନିଜକୁ ବିଶ୍ୱରେ ଉପସ୍ଥାପନ କରିପାରିବ। ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରମାନଙ୍କୁ ସ୍ଥାନୀୟ ଇତିହାସ ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନ, କଳା ଏବଂ ଅନ୍ୟାନ୍ୟ ସାଂସ୍କୃତିକ ପରମ୍ପରା ବିଷୟରେ ତାଲିମ ଦେଇ ପାରିବେ। ଏପରିକି ଛାତ୍ରମାନେ ବୈଠକ ଆୟୋଜନ ତଥା ବିଦେଶୀ ପ୍ରତିନିଧିଙ୍କୁ ମାର୍ଗଦର୍ଶନ କରିବାରେ ଏକ ଅଂଶ ହୋଇପାରିବେ ବୋଲି ସେ କହିଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ମେଧାବୀ ଛାତ୍ରଙ୍କୁ ଚୟନ କରିପାରିବେ ଯେଉଁମାନେ ଅଧିବେଶନରେ ଭ‌ାଗ ନେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe