ଓଡ଼ିଶାର କଳାସଂସ୍କୃତି ପ୍ରଦର୍ଶିତ ହେବା ଖୁସିର ବିଷୟ: ଧର୍ମେନ୍ଦ୍ର

Advertisment
ଓଡ଼ିଶାର କଳାସଂସ୍କୃତି ପ୍ରଦର୍ଶିତ ହେବା ଖୁସିର ବିଷୟ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଓଡ଼ିଶାର କଳାସଂସ୍କୃତି ସହ ଓଡ଼ିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ। ଶୁକ୍ରବାର ନୂଆଦିଲ୍ଲୀରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ପର୍ବ – ୨୦୨୩’ର ଉଦ୍‌ଘାଟନ ସମାରୋହରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏହି ପର୍ବର ଆୟୋଜକ ‘ଓଡ଼ିଆ ସମାଜ’କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋଭିଡ୍ ମହାମାରୀ କାରଣରୁ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଓଡ଼ିଶା ପର୍ବ ଆୟୋଜନ ହେବା ଆନନ୍ଦର ବିଷୟ । ପୂର୍ବ ଭଳି ଏହାକୁ ଦେଖିବା ନେଇ ଲୋକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି ଓ ଭିଡ଼ ମଧ୍ୟ ହେଉଛି । ଓଡ଼ିଆ ସମାଜ ଏହି ପର୍ବ ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ, ପରମ୍ପରା, ନୃତ୍ୟ, କଳା, କାରିଗରୀ, ସାହିତ୍ୟ, ଗୌରବମୟ ଇତିହାସ ଓ ସ୍ୱାଧୀନତା ସଂଗ୍ରାମର ପରାକାଷ୍ଠା ଏବଂ ପାରମ୍ପରିକ ଖାଦ୍ୟକୁ ନିଆରା ଢଙ୍ଗରେ ଉପସ୍ଥାପନ କରୁଛି । ଏଠାରେ ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ରକୁ ଜାଣିବା ସହ ମୟୂରଭଞ୍ଜର ପ୍ରସିଦ୍ଧ ମୁଢ଼ିମାଂସକୁ ଖାଇ ରାଜଧାନୀବାସୀ ଆନନ୍ଦ ନେଉଛନ୍ତି।

ଶ୍ରୀ ପ୍ରଧାନ ସମାରୋହରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରଣ ରିଜିଜୁଙ୍କ ସହ ଯୋଗ ଦେଇଥିଲେ । ଶ୍ରୀ ପ୍ରଧାନ ଦୁଇ ମନ୍ତ୍ରୀଙ୍କୁ ଛେନାପୋଡ ଓ ରସଗୋଲା, ମୁଢି ମାଂସ ଓ ଆଳିସା ପିଠା ଖୁଆଇବା ସହ ଓଡ଼ିଶାର କଳା, ହସ୍ତତନ୍ତ, ବୟନଶିଳ୍ପ ସାମଗ୍ରୀ ପ୍ରସ୍ତୁତି ଉପରେ ବୁଝାଇଥିଲେ। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅପରାହ୍ଣରେ ଓଡ଼ିଶା ପର୍ବରେ ଯୋଗ ଦେଇଥିବା ଓଡ଼ିଆ ବନ୍ଧୁ, ଭାଇଭଉଣୀ ଓ ଯୁବସାଥୀମାନଙ୍କୁ ଭେଟିବା ସହ ବିଭିନ୍ନ ବର୍ଗରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe