ମୋଦୀଙ୍କ ବିଚାରଧାରା ହିଁ ମଣିପୁରରେ ନିଆଁ ଲଗାଇ ଦେଇଛି: ରାହୁଲ

ମାନହାନି ମାମଲାରେ ରାହୁଲଙ୍କୁ ସୁଲତାନପୁର କୋର୍ଟର ସମନ: ଡିସେମ୍ବର ୧୬ରେ ହାଜର ନିର୍ଦ୍ଦେଶ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି-ଆରଏସଏସ୍‌ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗତକାଲି ରାଜ୍ୟସଭାରେ କହିଥିଲେ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧି ମଣିପୁରରେ ନିଆଁ ଲଗାଇ ଦେଇଛନ୍ତି। ରାହୁଲ ଆଜି ଏହାର କଡ଼ା ଜବାବ ଦେଇଛନ୍ତି। ଭାରତୀୟ ଯୁବ କଂଗ୍ରେସ କର୍ମୀମାନଙ୍କୁ ଭର୍ଚୁଆଲ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, ବିଜେପି-ଆରଏସଏସ କେବଳ କ୍ଷମତା କଥା ଚିନ୍ତା କରନ୍ତି। ଲୋକଙ୍କର ଯନ୍ତ୍ରଣା ସେମାନଙ୍କ ଉପରେ କିଛି ଫରକ୍‌ ପକାଏନା। କ୍ଷମତା ପାଇଁ ସେମାନେ ମଣିପୁର ଜାଳିଦେବେ, ହରିୟାଣା, ପଂଜାବ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ନିଆଁ ଲଗାଇ ଦେ‌ବେ।

କାରଣ ସେମାନେ କେବଳ କ୍ଷମତା ଚାହାନ୍ତି। ରାହୁଲ କହିଛନ୍ତି, ଦେଶରେ ଏବେ ଦୁଇଟି ବିଚାରଧାରା ମଧ୍ୟରେ ଲଢ଼େଇ ଚାଲିଛି। ଗୋଟିଏ ହେଉଛି ବିଜେପି-ଆରଏସ୍‌ଏସ ଏବଂ ଅନ୍ୟଟି କଂଗ୍ରେସ। କଂଗ୍ରେସ ସମ୍ବିଧାନରେ , ଦେଶର ଏକତାରେ ବିଶ୍ବାସ କରେ। ଅନ୍ୟପକ୍ଷେ ଆରଏସଏସ-ବିଜେପି ଚାହାନ୍ତି ଯେ କେବଳ କିଛି ଲୋକ ହିଁ ଦେଶ ପରିଚାଳନା କରନ୍ତୁ। ସେମାନେ ନ୍ୟାୟପାଳିକା, ‌ସେନା, ନିର୍ବାଚନ କମିସନ ଏବଂ ସ୍କୁଲ୍‌ ସମେତ ସମସ୍ତ ଅନୁଷ୍ଠାନକୁ ସେମାନଙ୍କ ନିୟନ୍ତ୍ରଣରେ ରଖିବାକୁ ଚାହାନ୍ତି। ରାହୁଲ ମୋଦୀଙ୍କ ଉପରେ ସିଧାସଳଖ ଆକ୍ରମଣ କରି କହିଛନ୍ତି, ପ୍ରଧାନମନ୍ତ୍ରୀ କେବଳ ଦେଶର କିଛି ଲୋକଙ୍କ ପାଇଁ କାମ କରୁଛନ୍ତି। ମଣିପୁର ହିଂସା ପ୍ରସଙ୍ଗରେ ତାଙ୍କର କିଛି କରିବାର ନାହିଁ। ସେ ଆରଏସଏସର ପ୍ରଧାନମନ୍ତ୍ରୀ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe