ଜଣେ ବିଚାରପତି କନିଷ୍ଠ ସହଯୋଗୀଙ୍କୁ ପ୍ରେମରେ ଫସାଇବା ଗ୍ରହଣୀୟ ନୁହେଁ

ଗୋପନୀୟତା ନୀତି ବିଷୟରେ ସ୍ପଷ୍ଟ କରିବାକୁ ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌କୁ  ନୋଟିସ୍ ‌ଜାରି କଲେ ସୁପ୍ରିମ୍‌କୋର୍ଟ

Indian Express

ନୂଆଦିଲ୍ଲୀ:କୌଣସି ଆନ୍ତରିକତା ନଥାଇ ନିଜର କନିଷ୍ଠ ସହଯୋଗୀଙ୍କୁ ପ୍ରେମଜାଲରେ ଫସାଇବା ଜଣେ ବିଚାରପତିଙ୍କର ଗ୍ରହଣୀୟ ବ୍ୟବହାର ହୋଇପାରେନା ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ ଏ ବୋବଡ଼େ କହିଛନ୍ତି। ମଧ୍ୟପ୍ରଦେଶର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଆଗତ ଏକ ମାମଲାର ଶୁଣାଣି ବେଳେ ଜଷ୍ଟିସ ବୋବଡ଼େ ଏପରି ଟିପ୍ପଣୀ କରିଛନ୍ତି। ମଧ୍ୟପ୍ରଦେଶର ଏହି ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ ଜଣକ ଅବସର ପରେ ଜଣେ କନିଷ୍ଠ ସହଯୋଗୀ ମହିଳା ବିଚାରପତିଙ୍କ ପାଖକୁ ଆପତ୍ତିଜନକ ହ୍ବାଟ୍‌ସଆପ୍‌ ବାର୍ତ୍ତା ପଠାଉଥିବା ଅଭିଯୋଗ ହୋଇଥିଲା। ଏହି ଅବସରରେ ସଂପୃକ୍ତ ମହିଳା ଜଜ୍‌ ଆଣିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗର ଅନ୍ତଃକାର୍ଯ୍ୟାଳୟ ତଦନ୍ତ କରିବା ଲାଗି ମଧ୍ୟପ୍ରଦେଶ ହାଇକୋର୍ଟ ନିଷ୍ପତ୍ତି ନେଇଥିଲେ। ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଆବେଦନକାରୀ ଚ୍ୟାଲେ଼ଞ୍ଜ୍‌ କରିଥିବା ବେଳେ ଜଷ୍ଟିସ ବୋବଡ଼େଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି।

ଯଦିଓ ଏହି କାର୍ଯ୍ୟାନୁଷ୍ଠାନ ଉପରେ ଗତ ସେପ୍ଟେମ୍ବର ମାସରେ ମାନ୍ୟବର ସୁପ୍ରିମକୋର୍ଟ ସ୍ଥଗିତାଦେଶ କରିଛନ୍ତି, ତେବେ ଆବେଦନକାରୀଙ୍କ ଏଭଳି ହ୍ବାଟ୍‌ସଆପ୍‌ ବାର୍ତ୍ତା ପ୍ରେରଣ ଜନିତ ବ୍ୟବହାର ଅନ୍ତତଃ ଜଣେ ବିଚାରପତିଙ୍କ ପକ୍ଷେ ଆଦୌ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ଏଭଳି ବ୍ୟବହାରକୁ ପ୍ରଶ୍ରୟ ଦେଲେ ନ୍ୟାୟିକ କାର୍ଯ୍ୟ ପାଇଁ ପରିବେଶ ଅନୁକୂଳ ହୋଇ ରହିବ ନାହିଁ ବୋଲି ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe