zee news
ନୂଆଦିଲ୍ଲୀ: ଭାରତରେ ୨୪ ଘଣ୍ଟାରେ ପ୍ରାୟ ୮ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏକ ନୂଆ ରେକର୍ଡ ହୋଇଥିବା ବେଳେ ଖୁବ୍ଶୀଘ୍ର ଦେଶରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଟପିବାକୁ ଯାଉଛି। ଦେଶରେ ଏବେ ବି ପର୍ଯ୍ୟାପ୍ତ କରୋନା ଯାଞ୍ଚ ହେଉନାହିଁ ବୋଲି ଅନେକ ମତ ଦେଉଛନ୍ତି। ତେବେ କରୋନା ବିରୋଧୀ ଲଢ଼େଇରେ ଦେଶର ସବୁ ଲୋକଙ୍କ କରୋନା ଯାଞ୍ଚ ସମ୍ଭବ ନୁହେଁ ବୋଲି ଆଇସିଏମ୍ଆର୍ ମୁଖ୍ୟ ଡ. ବଳରାମ ଭାର୍ଗବ କହିଛନ୍ତି। ୧୩୦ କୋଟି ଲୋକଙ୍କ କରୋନା ଯାଞ୍ଚ ସମ୍ଭବ ନୁହେଁ, ତେଣୁ ଯାଞ୍ଚ ବ୍ୟବସ୍ଥା ପାଇଁ ଭିନ୍ନ ରଣନୀତି ଅବଲମ୍ବନ କରାଯାଇଛି ଏବଂ ଆଗକୁ ପ୍ରତିଦିନ ୨ ଲକ୍ଷ ଲୋକଙ୍କ ଯାଞ୍ଚ ସମ୍ଭବ ବୋଲି ସେ କହିଛନ୍ତି। ଦେଶରେ ଲକ୍ଡାଉନ୍ ଓ ଅନ୍ୟ ସତର୍କତା ପଦକ୍ଷେପ ଯୋଗୁଁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି ଏବଂ ବିଶ୍ବର ଅନ୍ୟ ରାଷ୍ଟ୍ରମାନଙ୍କ ତୁଳାନାରେ ଭାରତରେ ମୁତ୍ୟୁହାର ଯଥେଷ୍ଟ କମ୍ ରହିଛି। କରୋନା ସଂକ୍ରମଣ ଚେନ୍କୁ ଭାଙ୍ଗିଦେବା କ୍ଷେତ୍ରରେ ଯଥେଷ୍ଟ ସଫଳତା ମିଳିଛି। ଦେଶରେ ଲକ୍ଡାଉନ୍ ଖୋଲିବା ପରେ ମଧ୍ୟ ଲୋକେ ଏ ନେଇ ସତର୍କ ରହିବେ ବୋଲି ସେ କହିଛନ୍ତି।
ଆଇସିଏମ୍ଆର ଏବଂ ଅନ୍ୟ କେତେକ ସଂସ୍ଥାର ମିଳିତ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଦେଶରେ ଯେତିକି କରୋନା ମାମଲା ଚିହ୍ନଟ ହୋଇଥିଲା ସେଥିରୁ ୨୮ ପ୍ରତିଶତ ସଂପୂର୍ଣ୍ଣ ଲକ୍ଷଣ ବିହୀନ ଥିଲା। ସେତେବେଳେ ମୋଟ ମାମଲାର ୨୫.୩ ପ୍ରତିଶତ ସିଧାସଳଖ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କାରଣରୁ ଥିଲା। ଏପ୍ରିଲ ୩୦ ସୁଦ୍ଧା ଯେଉଁ ୪୦ ହଜାର ୧୮୪ ଜଣ ଆକ୍ରାନ୍ତ ହୋଇଥିଲେ, ସେଥିରୁ ୨.୮ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ େଶରେ ୭୩୬ଟି ଜିଲ୍ଲାରୁ ୫୨୩ଟି ଜିଲ୍ଲାରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି ଏବଂ ମହାରାଷ୍ଟ୍ର ଦେଶର କରୋନା ହଟ୍ସ୍ପଟ ପାଲଟିଛି।
Follow Us