ଖୁବଶୀଘ୍ର ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ !

ଗତ ଅକ୍ଟୋବର ୨୬ରେ ଇସ୍ରାଏଲର ଆକ୍ରମଣ ପରେ ଇରାନ ସ୍ପଷ୍ଟ କରିଦେଇଥିଲା ଯେ ସେ ଇସ୍ରାଏଲଠାରୁ ପ୍ରତିଶୋଧ ନେବ । ଏବେ କୁହାଯାଉଛି ଯେ ନଭେମ୍ବର ୨୬ ରାତିରେ କିମ୍ବା ୨୭ ତାରିଖ ଭୋର ସମୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ । ଏ ନେଇ ଆମେରିକୀୟ ଗୁଇନ୍ଦା ସଂସ୍ଥାମାନେ ଇସ୍ରାଏଲକୁ ଚେତାଇ ଦେଇଛନ୍ତି ।

israel-iran

ତେହେରାନ : ଗତ ଅକ୍ଟୋବର ୨୬ତାରିଖରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲା। ଅକ୍ଟୋବର ପହିଲାରେ ଇରାନ ଦ୍ୱାରା ନିକ୍ଷେପ କରାଯାଇଥିବା ୧୮୦ ଟି ବାଲିଷ୍ଟିକ କ୍ଷେପଣାସ୍ତ୍ରର ଜବାବରେ ଇସ୍ରାଏଲ ଏହି ଆକ୍ରମଣ କରିଥିଲା । ଇସ୍ରାଏଲର ଆକ୍ରମଣ ପରେ ଇରାନ ସ୍ପଷ୍ଟ କରିଦେଇଥିଲା ଯେ ସେ ଇସ୍ରାଏଲଠାରୁ ପ୍ରତିଶୋଧ ନେବ । ଏବେ କୁହାଯାଉଛି ଯେ ନଭେମ୍ବର ୨୬ ରାତିରେ କିମ୍ବା ୨୭ ତାରିଖ ଭୋର ସମୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ । ଏ ନେଇ ଆମେରିକୀୟ ଗୁଇନ୍ଦା ସଂସ୍ଥାମାନେ ଇସ୍ରାଏଲକୁ ଚେତାଇ ଦେଇଛନ୍ତି । ଏପରି ହେଲେ ସଂପୃକ୍ତ ଅଂଚଳରେ ଯୁଦ୍ଧର ଘନଘଟା ଆହୁରି ବଢିବାର ସମ୍ଭାବନା ରହିଛି । 

ଇସ୍ରାଏଲ ବିରୋଧରେ ଜବାବ ଦେବା ପାଇଁ ଇରାନ 'ଅପରେସନ୍ ଟ୍ରୁ ପ୍ରମିସ୍ ଥ୍ରି' ପ୍ରସ୍ତୁତ କରୁଛି ଏବଂ ତେହେରାନର ପରବର୍ତ୍ତୀ ଆକ୍ରମଣ ଅନ୍ୟ ଦୁଇଟି ଆକ୍ରମଣ ତୁଳନାରେ ଅଧିକ ମାରାତ୍ମକ ହେବ ବୋଲି ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। 

ଇସ୍ରାଏଲ ବିରୋଧରେ ଜବାବ ଦେବା ପାଇଁ ଇରାନ 'ଅପରେସନ୍ ଟ୍ରୁ ପ୍ରମିସ୍ ଥ୍ରି' ପ୍ରସ୍ତୁତ କରୁଛି ଏବଂ ତେହେରାନର ପରବର୍ତ୍ତୀ ଆକ୍ରମଣ ଅନ୍ୟ ଦୁଇଟି ଆକ୍ରମଣ ତୁଳନାରେ ଅଧିକ ମାରାତ୍ମକ ହେବ ବୋଲି ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। 

ଇସ୍ରାଏଲ ଆକ୍ରମଣର ଜବାବରେ ଇରାନର କାର‌୍ୟ୍ୟାନୁଷ୍ଠାନ କଳ୍ପନା ବାହାରେ ରହିବ ବୋଲି ଇରାନ ସେନାର ଚିଫ୍ ଅଫ୍ ଷ୍ଟାଫ୍ (ସେନାମୁଖ୍ୟ) ଘୋଷଣା କରିଛନ୍ତି। ମଙ୍ଗଳବାର ତେହେରାନରେ ସଶସ୍ତ୍ର ବାହିନୀର ଶୀର୍ଷ କମାଣ୍ଡରମାନଙ୍କ ସହ ଏକ ବୈଠକରେ ମେଜର ଜେନେରାଲ ମହମ୍ମଦ ବାକିରୀ କହିଛନ୍ତି ଯେ ଇରାନ ନିଜ ମାଟିରେ କୌଣସି ପ୍ରକାର ଉଲ୍ଲଂଘନକୁ ବରଦାସ୍ତ କରିବ ନାହିଁ। ଜେନେରାଲ ବାକିରି ଏକ ବିବୃତ୍ତିରେ କହିଛନ୍ତି ଯେ, ବର୍ତ୍ତମାନ ଉଭୟ ଗାଜା ଏବଂ ଦକ୍ଷିଣ ଲେବାନନରେ ଜିଓନିଷ୍ଟ ଶାସନ ସମ୍ପୂର୍ଣ୍ଣ ନିରାଶ ଅବସ୍ଥାରେ ରହିଛି। ଲେବାନନ୍ ଓ ଗାଜା ଷ୍ଟ୍ରିପରେ ସାଧାରଣ ନାଗରିକଙ୍କ ବିରୋଧରେ ଅପରାଧ ସତ୍ତ୍ୱେ ଇସ୍ରାଏଲ୍ ନିଜର ଯୁଦ୍ଧ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇନାହିଁ ବୋଲି ଜେନେରାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe