PTI
ନୂଆଦିଲ୍ଲୀ : ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ଆୟକର ବିଭାଗ ନୋଟିସ୍ କରିଛନ୍ତି। ନିର୍ବାଚନ କମିସନ୍ରେ ସେ ଦାଖଲ କରିଥିବା ଏକ ନିର୍ବାଚନୀ ସତ୍ୟପାଠ ଆଧାରରେ ତାଙ୍କୁ ଆୟକର ବିଭାଗ ନୋଟିସ୍ କରିଥିବା ସେ କହିଛନ୍ତି। ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ପାୱାର କହିଛନ୍ତି ଯେ, ଆୟକର ବିଭାଗ ପକ୍ଷରୁ ତାଙ୍କଠାରୁ ନିର୍ବାଚନୀ ସତ୍ୟପାଠ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ମଗାଯାଇଛି। ଗତକାଲି ତାଙ୍କୁ ଏହି ନୋଟିସ୍ କରାଯାଇଥିଲା। ତେବେ କେବଳ ଏକା ଶରଦ ପାୱାର ନୁହନ୍ତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏବଂ ମନ୍ତ୍ରୀ ଆଦିତ୍ୟ ଠାକ୍ରେଙ୍କୁ ମଧ୍ୟ ସମାନ ନୋଟିସ୍ ମିଳିଛି। ତେବେ ଏହି ନୋଟିସ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପାୱାର କହିଛନ୍ତି, ଆମେ ଖୁବ୍ ଖୁସି ଯେ, ସେମାନେ (କେନ୍ଦ୍ର ସରକାର) ସମସ୍ତ ସଦସ୍ୟଙ୍କ ମଧ୍ୟରୁ ଆମକୁ ଖୁବ୍ ଭଲ ପାଉଛନ୍ତି। ଶରଦ ପାୱାରଙ୍କ ସମେତ ଅନ୍ୟମାନେ ଏହି ନୋଟିସ୍ର ଖୁବ୍ଶୀଘ୍ର ଜବାବ ରଖିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ସରକାର ପିଆଜ ରପ୍ତାନୀ ବନ୍ଦ ରଖିଥିବାରୁ ପାୱାର ଏହାର କଡ଼ା ସମାଲୋଚନା କରିଛନ୍ତି।
Follow Us