ଆଗ୍ରା : ଜୋତା ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ଏପର୍ଯ୍ୟନ୍ତ ଜବତ ହେଲାଣି ୪୦ କୋଟି ନଗଦ ଟଙ୍କା

Advertisment
ଆଗ୍ରା : ଜୋତା ବ୍ୟବସାୟୀଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, ଏପର୍ଯ୍ୟନ୍ତ ଜବତ ହେଲାଣି ୪୦ କୋଟି ନଗଦ ଟଙ୍କା

ଆଗ୍ରା: ୟୁପିର ଆଗ୍ରାରେ ତିନିଜଣ ଜୋତା ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ ପରେ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ ହୋଇଛି । ଆୟକର ଟିମ୍ ଆଗ୍ରାର ୩ ଜୋତା ବ୍ୟବସାୟୀ ବିକେ ସୁଜ୍, ମାନ୍ଶୁ ସୁଜ ଓ ଆଉ ଜଣଙ୍କ ଘରେ ଚଢ଼ଉ କରିଥିଲା। ଆଗ୍ରା ସମେତ ବିଭିନ୍ନ ସହରରେ ଆଇଟି ଟିମ୍ ଚଢ଼ଉ ଜାରି ରଖିଛି। ଆୟକର ବିଭାଗ ଟିମ୍ ସୋରୁମ ବ୍ୟତୀତ ମଧ୍ୟ ବ୍ୟବସାୟୀଙ୍କ ଘରେ ଉପସ୍ଥିତ ଅଛନ୍ତି। କୁହାଯାଉଛି ଯେ ଟିକସ କାରବାର ଏବଂ ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ସୂଚନା ମିଳିବା ପରେ ଚଢଉ ହୋଇଥିଲା। ଆୟକର ଟିମ୍ ଫାଇଲ୍ ଏବଂ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଯାଞ୍ଚ କରୁଛି।

ଘଣ୍ଟା ଘଣ୍ଟା ଧରି ଚାଲିଥିବା ଏହି ଚଢ଼ାଉରେ ଏପର୍ଯ୍ୟନ୍ତ ପ୍ରାୟ ୪୦ କୋଟି ନଗଦ ଟଙ୍କା ଜବତ ହୋଇଛି । ଜବତ ହୋଇଥିବା ନୋଟ୍ ବଣ୍ଡଲ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ବିଛଣା ତଳେ ଲୁଚାଇ ରଖାଯାଇଥିଲା ନୋଟର ବଣ୍ଡଲ ।

ମିଳିଥିବା ସୂଚନା ଅନୁଯାୟୀ, ସୁଭାଷ ବଜାରରେ ଥିବା ବିକେ ଜୋତା ଓ ଧାକ୍ରାଣ ଛକରେ ଥିବା ମାନ୍ଶୁ ଜୋତାରେ ଗତ ୫ ଘଣ୍ଟା ଧରି ଚଢ଼ାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୩୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି। ଏହା ସହ ଆଇଟି ଟିମ୍ ଅନେକ କାଗଜପତ୍ର ମଧ୍ୟ ଜବତ କରିଛି। ଜୋତା ବ୍ୟବସାୟୀମାନେ ଟିକସ ଠକେଇ କରୁଥିବା ନେଇ ବିଭାଗକୁ ସୂଚନା ମିଳିଥିଲା। ଏହାପରେ ଅପରାହ୍ନ ୩ଟାରେ ଆୟକର ବିଭାଗ ର ଅଧିକାରୀମାନେ ତିନି ବ୍ୟବସାୟୀଙ୍କ ସୋ'ରୁମ୍ ରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe