ନେତାଜୀଙ୍କ ମୂର୍ତ୍ତି ବନାଇବାରେ ୨୬,୦୦୦ ଘଣ୍ଟା ଲାଗିଛି

Advertisment

ଉଦ୍‌ଘାଟନ ଉତ୍ସବକୁ ଆମନ୍ତ୍ରଣ ନେଇ ଗର୍ଜିଲେ ମମତା: ‘ଯେମିତିକି ମୁଁ ସେମାନଙ୍କ ଚାକର..’

ଉଦ୍‌ଘାଟନ ଉତ୍ସବକୁ ଆମନ୍ତ୍ରଣ ନେଇ ଗର୍ଜିଲେ ମମତା: ‘ଯେମିତିକି ମୁଁ ସେମାନଙ୍କ ଚାକର..’

ନେତାଜୀଙ୍କ ମୂର୍ତ୍ତି ବନାଇବାରେ ୨୬,୦୦୦ ଘଣ୍ଟା ଲାଗିଛି

News18

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଇଣ୍ଡିଆ ଗେଟ୍‌ରେ ସ୍ଥାପିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଏହାର ଦିନକ ପୂର୍ବରୁ ସଂସ୍କୃତି ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ୨୮ ଫୁଟ୍‌ ଉଚ୍ଚ ଏହି ପ୍ରତିମୂର୍ତ୍ତିକୁ ଖୋଦନ କରିବାରେ ସ୍ଥପତିମାନଙ୍କୁ ମୋଟ ୨୬,୦୦୦ ମାନବ-ଘଣ୍ଟା ବ୍ୟୟ କରିବାକୁ ପଡ଼ିଛି। ୨୮୦ ଟନ୍ ଓଜନର ଏକ ବିଶାଳ ଗୋଟିକିଆ ଗ୍ରାନାଇଟ୍ ଶିଳାକୁ ଖୋଦନ କରି ମୂର୍ତ୍ତିଟି ତିଆରି ହୋଇଛି, ଯାହାର ଓଜନ ହେଉଛି ୬୫ ଟନ୍। ମନ୍ତ୍ରୀଙ୍କ ପ୍ରଦତ୍ତ ସୂଚନା ଅନୁସାରେ ଏତେ ବଡ଼ ଗ୍ରାନାଇଟ୍ ଶିଳାକୁ ତେଲେଙ୍ଗାନାର ଖାମାମରୁ ୧,୬୬୫ କିମି ଦୂର ଦିଲ୍ଲୀକୁ ଆଣିବା ପାଇଁ ୧୦୦ ଫୁଟ୍ ଲମ୍ବା ଓ ୧୪୦ ଚକା-ବିଶିଷ୍ଟ ସ୍ବତନ୍ତ୍ର ଟ୍ରକ୍ ନିର୍ମାଣ କରାଯାଇଥିଲା। ପାରମ୍ପରିକ ମୂର୍ତ୍ତିନିର୍ମାଣ କୌଶଳ ଓ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ବିଶିଷ୍ଟ ଭାସ୍କର ଅରୁଣ ଯୋଗୀରାଜଙ୍କ ନେତୃତ୍ବରେ ଗଠିତ ସ୍ଥପତିମାନଙ୍କ ଦଳ ଏହି ମୂର୍ତ୍ତି ତିଆରି କରିଛନ୍ତି।

ଉଦ୍‌ଘାଟନ ଉତ୍ସବକୁ ଆମନ୍ତ୍ରଣ ନେଇ ଗର୍ଜିଲେ ମମତା ‘ଯେମିତିକି ମୁଁ ସେମାନଙ୍କ ଚାକର..’

publive-image

କୋଲକାତା: ଆଜି ଦିଲ୍ଲୀରେ ନେତାଜୀ ପ୍ରତିମୂର୍ତ୍ତି ଉଦଘାଟନୀ ଉତ୍ସବକୁ ଏଡ଼ାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତକାଲି ତାଙ୍କୁ ଜଣେ ଅଫିସରଙ୍କ ମାଧ୍ୟମରେ ନିମନ୍ତ୍ରଣ ମିଳିଥିଲା। ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୭ଟାରେ ନେତାଜୀ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିବେ। ଆପଣ ସେଠାରେ ସନ୍ଧ୍ୟା ୬ଟାରେ ନିଶ୍ଚୟ ଥିବେ ବୋଲି ମତେ କୁହାଯାଇଥିଲା। ସତେ ଯେ‌ମିତି ମୁଁ ସେମାନଙ୍କର ଜଣେ ଚାକର। ଜଣେ ଅଧିକାରୀ ଜଣେ ମୁଖ୍ୟମନ୍ତ୍ରୀଙ୍କୁ କେମିତି ଏଭଳି ଆମନ୍ତ୍ରଣ ଦେଇପାରିବେ ବୋଲି ମମତା ପ୍ରଶ୍ନ କରିଛନ୍ତି। ଏହାର ପ୍ରତିବାଦରେ ଆଜି ଅପରାହ୍ନରେ କୋଲକାତାରେ ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ସଜାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଚାରି ଦିନିଆ ଭାରତ ଗସ୍ତରେ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିବାକୁ ମଧ୍ୟ ମତେ ଆମନ୍ତ୍ରଣ କରାଯାଇ ନାହିଁ କହି ମମତା କ୍ଷୋଭ ପ୍ରକାଶ କରିଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଏଠାରେ ଅଛନ୍ତି ଅଥଚ ପଶ୍ଚିମବଂଗ ସରକାରକୁ ତାଙ୍କ ଗସ୍ତ ପ୍ରକ୍ରିୟାରୁ ବାଦ୍‌ ଦିଆଯିବା କିଭଳି ନୀତି ବୋଲି ମମତା ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ପ୍ରତିମୂର୍ତ୍ତି ଏବଂ ‘କର୍ତ୍ତବ୍ୟ ପଥ’କୁ ଉଦ୍‌ଘାଟନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe