Prayagraj Magh Mela 2026: ଭାରତରେ ଯାଦୁ ଅଛି… ପ୍ରୟାଗରାଜ ମାଘ ମେଳା ବୁଲି ଆସି ଏମିତି କହିଲେ ଇଟାଲୀ ମହିଳା

Advertisment

ମାଘମେଳାରେ ଇଟାଲୀ ମହିଳା । ପ୍ରୟାଗରାଜ ସଙ୍ଗମ ସ୍ଥଳ ବୁଲିଲେ ଇଟାଲୀର ମହିଳା । ଲଗାତାର ଭାରତ ଆସିଥିବା ବେଳେ ଏହା ତାଙ୍କର ୩ୟ ଭାରତ ଗସ୍ତ । ଆଉ ସେ ଏଥର ପ୍ରୟାଗରାଜ ଆସି ଭାରି ଖୁସି ଅଛନ୍ତି

ମାଘମେଳାରେ ଇଟାଲୀ ମହିଳା । ପ୍ରୟାଗରାଜ ସଙ୍ଗମ ସ୍ଥଳ ବୁଲିଲେ ଇଟାଲୀର ମହିଳା । ଲଗାତାର ଭାରତ ଆସିଥିବା ବେଳେ ଏହା ତାଙ୍କର ୩ୟ ଭାରତ ଗସ୍ତ । ଆଉ ସେ ଏଥର ପ୍ରୟାଗରାଜ ଆସି ଭାରି ଖୁସି ଅଛନ୍ତି

Italian tourist Lucrezia

Italian tourist Lucrezia Photograph: (sambad.in)

ପ୍ରୟାଗରାଜ: ମାଘମେଳାରେ ଇଟାଲୀ ମହିଳା । ପ୍ରୟାଗରାଜ ସଙ୍ଗମ ସ୍ଥଳ ବୁଲିଲେ ଇଟାଲୀର ମହିଳା । ଲଗାତାର ଭାରତ ଆସିଥିବା ବେଳେ ଏହା ତାଙ୍କର ୩ୟ ଭାରତ ଗସ୍ତ । ଆଉ ସେ ଏଥର ପ୍ରୟାଗରାଜ ଆସି ଭାରି ଖୁସି ଅଛନ୍ତି । ପ୍ରୟାଗରାଜ ବୁଲିବା ସହ ସେ ଭାରତକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ବିଶ୍ବର ସବୁ ଦେଶ ବୁଲିଛି ହେଲେ ଭାରତରେ ଗୋଟେ ଅଲଗା ପ୍ରକାର ଯାଦୁ ଅଛି ବୋଲି କହିଛନ୍ତି ଇଟାଲୀର ମହିଳା ଲୁକ୍ରେଜିଆ ।

ନିଜ ବାପାଙ୍କ ସହ ତ୍ରିବେଣୀ ସଙ୍ଗମ ଘାଟ ବୁଲି ଆସି ଭାରତ ତାଙ୍କ ହୃଦୟରେ ସବୁଦିନ ପାଇଁ ରହିବ ବୋଲି ସେ କହିଛନ୍ତି । ଭାରତ ଏକ ଚମତ୍କାର ଦେଶ । ଏଠାକାର ଲୋକମାନେ ଭାରି ବନ୍ଧୁତ୍ୱପୂର୍ଣ୍ଣ, ଏଠାକାର ଖାଦ୍ୟ ସ୍ୱାଦିଷ୍ଟ, ସଂସ୍କୃତି ଗଭୀର ଏବଂ ହିନ୍ଦୁ ଧର୍ମ ପ୍ରେରଣାଦାୟକ। ସେଥିପାଇଁ ଆମେ ବାରମ୍ବାର ଆସୁଛୁ ବୋଲି ସେ କହିଛନ୍ତି ।

ତେବେ ୨୦୨୪, ୨୦୨୫ ମହାକୁମ୍ଭ ପରେ ୨୦୨୬ରେ ମାଘ ମେଳା ବୁଲି ଆସିଛନ୍ତି ସେ । ପ୍ରୟାଗରାଜ ପରେ ସେ ବାରାଣସୀ ଯିବାକୁ ଯୋଜନା କରିଛନ୍ତି। ୧୦ ଦିନିଆ ଗସ୍ତରେ ଅଛନ୍ତି ଲୁକ୍ରେଜିଆ । ତେବେ ମାଘ ମେଳାରେ ଲୁକ୍ରେଜିଆଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe