ଇଟାଲୀକୁ ବ୍ୟାପିଲା ଇଂଲଣ୍ଡରୁ ଆରମ୍ଭ ହୋଇଥିବା ନୂଆ କରୋନାଭାଇରସ୍ ସଂକ୍ରମଣ

ଇଟାଲୀକୁ ବ୍ୟାପିଲା ଇଂଲଣ୍ଡରୁ ଆରମ୍ଭ ହୋଇଥିବା ନୂଆ କରୋନାଭାଇରସ୍ ସଂକ୍ରମଣ

ନୂଆଦିଲ୍ଲୀ: ଇଂଲଣ୍ଡ୍‌ର ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ବରେ ଆତଙ୍କ ଖେଳି ଯାଇଛି। ପୂର୍ବରୁ ଆସିଥିବା କରୋନା ଭୂତାଣୁର ମୁକାବିଲା କରିବା ପାଇଁ ବିଶ୍ବକୁ ବର୍ଷେ ସମୟ ଲାଗିଥିବା ବେଳେ ଏବେ ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ଖବର ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଇଂଲଣ୍ଡ ପରେ ଏବେ ଇଟାଲୀକୁ ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ ବ୍ୟପିଥିବା ଜଣାପଡ଼ିଛି। ଏ ନେଇ ଇଟାଲୀର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ରୋଗୀ ଏବଂ ତାଙ୍କ ସହଯୋଗୀ ଗତ କିଛି ଦିନ ତଳେ ବ୍ରିଟେନରୁ ଆସି ରୋମ୍ ର ଫ୍ୟୁମିସିନୋ ବିମାନ ବନ୍ଦରରେ ଅବତରଣ କରିଥିଲେ। ପରେ ଦୁହେଁ ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ନେଇ ଜଣା ପଡ଼ିବା ପରେ ଏବେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି।

Italy detects new mutated Covid-19 strain in UK returnee - world news - Hindustan Times Hindustan Times

ଅନ୍ୟ ପକ୍ଷରେ ସଂକ୍ରମଣ ଭୟରେ ଭାରତ ସମେତ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ବେଲଜିୟମ, ଅଷ୍ଟ୍ରିଆ, କାନାଡା, ଆୟରଲାଣ୍ଡ ଏବଂ ବୁଲଗେରିଆ ବ୍ରିଟେନରୁ ବିମାନ ଉଡାଣ ଉପରେ ରୋକ ଲଗାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe