ବିଦେଶୀ ପର୍ଯ୍ୟଟକ ଗୃହ ତ୍ୟାଗ କରି ଭାରତରେ ଆପଣାଇଲେ ସନ୍ୟାସ, ହେଲେ ନାଗାସାଧୁ

Advertisment
ବିଦେଶୀ ପର୍ଯ୍ୟଟକ ଗୃହ ତ୍ୟାଗ କରି ଭାରତରେ ଆପଣାଇଲେ ସନ୍ୟାସ, ହେଲେ ନାଗାସାଧୁ

ଜୟପୁର: ରାଜସ୍ଥାନର ପୁଷ୍କରକୁ ଇଟାଲିରୁ ଜଣେ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ତାଙ୍କୁ ଭାରତର ସଂସ୍କୃତି ବହୁ ମାତ୍ରାରେ ଆକୃଷ୍ଟ କରିଥିଲା। ତେଣୁ ସେ ନିଜର ଗୃହ-ପରିବାର ଛାଡ଼ି ସନ୍ୟାସ ନେବାର ନିଷ୍ପତ୍ତି ନେଇଥିଲେ।

publive-image

ସନ୍ୟାସୀ ଜୀବନ ବଞ୍ଚିବାର ନିଷ୍ପତ୍ତି ନେଇଥିବା ଏହି ବ୍ୟକ୍ତିଙ୍କ ନାମ ପୂର୍ବରୁ ଜାନି ଥିଲା। ସନ୍ୟାସ ନେବା ପରେ ଜାନିଙ୍କ ନାମ ଜାନି ଗିରି ହୋଇଥିଲା। ଜାନିଙ୍କ କହିବାନୁସାରେ, ସେ କିଛିବର୍ଷ ପୂର୍ବରୁ ପୁଷ୍କର ମେଳା ବୁଲିବାକୁ ଆସିଥିଲେ। ସେହି ସମୟରେ ତରଣୀ ଘାଟରେ ରହୁଥିବା ସନ୍ଥ ମୌନି ବାବାଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ସେ ମୌନି ବାବାଙ୍କ ଆଧ୍ୟାତ୍ମିକ ଜ୍ଞାନ ଦେଖି ବହୁତ ଖୁସି ହୋଇ ଯାଇଥିଲେ। ଏହାପରେ ସେ ଗୃହସ୍ଥ ତ୍ୟାଗ କରି ଆଧ୍ୟାତ୍ମିକ ଜୀବନ ଆପଣାଇବାକୁ ସ୍ଥିର କରିଥିଲେ। ଘର-ପରିବାର ତ୍ୟାଗ କରିବା ପରେ ଜାନି ନାଗା ସାଧୁ ପରମ୍ପରାନୁସାରେ ଦୀକ୍ଷା ନେଇ ନିଜର ମୁଣ୍ଡନ କରାଇଥିଲେ। ପୂଜା-ଅର୍ଚ୍ଚନା ପରେ ଜଗତପିତାଙ୍କ ଦର୍ଶନ କରିଥିଲେ।

publive-image

ଜାନି ଭାରତରେ ରହି ଆଧ୍ୟାତ୍ମିକ ଦିଗରେ ଆଗକୁ ବଢ଼ିବାକୁ ଯାଆନ୍ତି। ଏପରି କରିବା ଦ୍ୱାରା ତାଙ୍କୁ ଅଧିକ ଖୁସି ମିଳିବ ବୋଲି କହିଛନ୍ତି ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe