ଆଇଟିବିପି କ୍ୟାମ୍ପରେ ଗୁଳିକାଣ୍ଡ ପଛର କାରଣ ପଦାକୁ ଅ‌ାସିଲା, ଛୁଟି ମିଳିବାରେ ବିଳମ୍ବ ହେବାରୁ ରାଗରେ ଆସି ଏପରି କଲେ ଯବାନ

Advertisment
ଆଇଟିବିପି କ୍ୟାମ୍ପରେ ଗୁଳିକାଣ୍ଡ ପଛର କାରଣ ପଦାକୁ ଅ‌ାସିଲା, ଛୁଟି ମିଳିବାରେ ବିଳମ୍ବ ହେବାରୁ ରାଗରେ ଆସି ଏପରି କଲେ ଯବାନ

https://www.newindianexpress.com/

ରାୟପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅଧିନସ୍ଥ କୋଡ଼ନାର ଆଇଟିବିପି କ୍ୟାମ୍ପରେ ୬ ଜଣ ଯବାନଙ୍କ ମୃତ୍ୟୁର କାରଣ ପଦାକୁ ଆସିଛି। ଜଣେ ଯବାନ ଛୁଟି ମିଳିବାରେ ବିଳମ୍ବ ହେଉଥିବା କାରଣରୁ କ୍ରୋଧରେ ଆସି ୫ ଜଣ ଯବାନଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ନିଜେ ନିଜକୁ ଏକେ-୪୭ରେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । ମିଳିଥିବା ସୂଚନା ଅନୁସାରେ, ଦୀର୍ଘ ଦିନ ହେବ ଯବାନଙ୍କୁ ଛୁଟି ମିଳିବାରେ ବିଳମ୍ବ ହୋଇ ଚାଲିଥିଲା। ଏହି କାରଣକୁ ନେଇ ସେ ଅନ୍ୟ ଯବାନମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ଅନ୍ୟ ଯବାନମାନେ ତାଙ୍କୁ ପ୍ରତ୍ୟୁତ୍ତର ଦେବାରୁ ସେ କ୍ରୋଧରେ ଆସି ଗୁଳି ଚାଳନା କରିଥିଲେ।

ବସ୍ତର ଇନ୍‌ସ୍ପେକ୍ଟର ଜେନେରାଲ୍‌ ଅଫ୍‌ ପୁଲିସ୍‌ ପି ସୁନ୍ଦେରାଜ ଇଣ୍ଡୋ ତିବ୍ଦତିଆନ୍ ବର୍ଡର ପୁଲିସ୍‌(ଆଟିବିପି) କ୍ୟାମ୍ପର ୪୫ତମ ବଟାଲିୟନରେ ରାଗରେ ଆସି ଏପରି କାଣ୍ଡ ଘଟାଇଥିଲେ। ତାଙ୍କର ଏହି ବର୍ବର କାଣ୍ଡରେ ନିଜ ସମେତ ୬ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଏହି ଘଟଣା ପ୍ରାୟ ସକାଳ ୮.୪୫ ସମୟରେ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe