୧୪,୦୦୦ଫୁଟ ଉପରେ ସ୍ବାଧୀନତା ଦିବସ ପାଳନ କଲେ ଆଇଟିବିପି ସେନା ଯବାନ, ଦେଖନ୍ତୁ ଭିଡିଓ

Advertisment
୧୪,୦୦୦ଫୁଟ ଉପରେ ସ୍ବାଧୀନତା ଦିବସ ପାଳନ କଲେ ଆଇଟିବିପି ସେନା ଯବାନ, ଦେଖନ୍ତୁ ଭିଡିଓ

hindustantimes

ନୂଆଦିଲ୍ଲୀ: ଭାରତ-ତିବ୍ଦତୀୟ ସୀମା ପୁଲିସ(ଆଇଟିବିପି)ର ଯବାନମାନେ ଲଦାଖର ୧୪,୦୦୦ ଫୁଟ ଉପରେ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ୧୪,୦୦୦ ଫୁଟ ଉପରେ ଥିବା ପାଙ୍ଗଙ୍ଗ ସୋ ହ୍ରଦ କୂଳରେ  ସ୍ବାଧୀନତା ଦିବସ ଅବସରରେ ଆଇଟିବିପି ଯବାନଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଛି।  ପତାକା ଉତ୍ତୋଳନ ସହ ଆଇଟିବିପି ଯବାନମାନେ ଗାଇଥିବା ଲୋକପ୍ରିୟ ଦେଶପ୍ରେମ ଗୀତର ଏକ ‘ମାସଅପ୍’କୁ ମଧ୍ୟ ରିଲିଜ୍ କରାଯାଇଛି।  ଗତ ତିନି ମାସ ହେଲାଣି ଲଦାଖରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଚୀନ ସହ ଆଖି ମିଳାଇ ଲଢ଼ିଥିବା ଯବାନଙ୍କୁ ଗ୍ୟାଲେଣ୍ଟ୍ରି ପଦକ ଦେବା ପାଇଁ ଆଇଟିବିପି ୨୧ଜଣ ଯବାନଙ୍କ ନାମ ସୁପାରିଶ କରିଥିବା ଜଣାପଡ଼ିଛି |

ତେବେ ଆଜି ସାରା ଦେଶବାସୀ ଭିନ୍ନ ଉପାୟରେ ସ୍ବାଧୀନତା ଦିବସ ପାଳନ କରିଥିବା ଦେଖାଯାଇଛି। ଘରେ ସାମାଜିକ ଦୂରତା ଅବଲମ୍ବନ କରି ଲୋକେ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ବିଭିନ୍ନ ଅଫିସ କାର୍ଯ୍ୟାଳୟରେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରାଯାଇ ସ୍ବାଧୀନତା ଦିବସ ପାଳନ କରାଯାଇଛି। ସ୍ବାଧୀନତା ଦିବସ ଅବସରରେ ଆଜି ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି ଦେଶକୁ ବିକାଶ ପଥରେ ନେବା ପାଇଁ କରାଯାଇଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe