୧୫,୦୦୦ ଫୁଟ୍‌ ଉଚ୍ଚ, ବିଯୁକ୍ତ ୩୫ ଡିଗ୍ରି ସେଲିସିୟସ୍‌ ତାପମାତ୍ରାର ସାଧାରଣତନ୍ତ୍ର ଦିବସ ପାଳିଲେ ‘ଆଇଟିବିପି’ର ହିମବୀର

୧୫,୦୦୦ ଫୁଟ୍‌ ଉଚ୍ଚ, ବିଯୁକ୍ତ ୩୫ ଡିଗ୍ରି ସେଲିସିୟସ୍‌ ତାପମାତ୍ରାର ସାଧାରଣତନ୍ତ୍ର ଦିବସ ପାଳିଲେ ‘ଆଇଟିବିପି’ର ହିମବୀର

Image Courtesy of India Today

ନୂଆଦିଲ୍ଲୀ: ଭାରତର ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ‘ହିମବୀର’ କୁହାଯାଉଥିବା ‘ଇଣ୍ଡୋ-ତି‌ବ୍ବେତାନ୍‌ ବର୍ଡର୍‌ ପୋଲିସ୍‌’ର (ଆଇଟିବିପି) ଯବାନମାନେ ସମୁଦ୍ର ପତ୍ତନ ଠାରୁ ୧୫,୦୦୦ ଫୁଟ୍‌ ଉଚ୍ଚ ବିଯୁକ୍ତ ୩୫ ଡିଗ୍ରି ସେଲିସିୟସ୍‌ ତାପମାତ୍ରାରେ ତୁଷାରମୟ ଲଦାଖ ସୀମାନ୍ତରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ଭାରତର ସାଧାରଣତନ୍ତ୍ର ପାଳନ ସମୟର କେତେକ ସ୍ବତନ୍ତ୍ର ଭିଡିଓ ଏବଂ ଫଟୋ ମଧ୍ୟ ସେମାନେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି। କେବଳ ଲଦାଖ ନୁହେଁ ଭାରତ-ଚୀନ୍‌ ସୀମାନ୍ତ ସୁରକ୍ଷା ପାଇଁ ସେମାନେ ନିଯୁକ୍ତ ହୋଇଥିବା ହିମାଳୟର ବିଭିନ୍ନ ଶୃଙ୍ଗରେ ମଧ୍ୟ ସନ୍ନିପାତ ହୋଇଯିବା ପରି ଥଣ୍ଡାରେ ସୈନିକମାନେ ଜାତୀୟ ପତାକା ଉତ୍ତୋଳନ କରୁଥିବା ଭିଡିଓ ମଧ୍ୟ ସେମାନେ ପୋଷ୍ଟ୍‌ କରିଛନ୍ତି।

publive-image Image Courtesy of News Chant

ଉତ୍ତରାଖଣ୍ଡର ଆଉଲିରେ ଉତ୍ତୋଳିତ ସେମିତି ଗୋଟିଏ ଭିଡିଓରେ ‘ଆଇଟିବିପି’ ଯବାନମାନେ ୧୧,୦୦୦ ଫୁଟ୍‌ ଉଚ୍ଚରେ ବିଯୁକ୍ତ ୨୦ ଡିଗ୍ରି ସେଲିସିୟସ୍‌ ଥଣ୍ଡାରେ ତୁଷାରାବୃତ ପର୍ବତରେ ‘ସ୍ନୋବୋର୍ଡିଙ୍ଗ୍‌’ କରୁଛନ୍ତି। ସେମାନଙ୍କ ନେତୃତ୍ବ ନେଉଥିବା ଯବାନଜଣକ ତ୍ରିରଙ୍ଗ ପତାକା ଧରି ସବା ଆଗରେ ଚାଲିଛନ୍ତି।

ସୂଚନାଯୋଗ୍ୟ, ୧୯୬୨ରେ ସଂସ୍ଥାପନ ହୋଇଥିବା ‘ଆଇଟିବିପି’ ହିମାଳୟରେ ଦେଶର ତୁଷାରାଚ୍ଛନ୍ନ ସୀମାର ସୁରକ୍ଷା କରି ଆସୁଛନ୍ତି। ଏହି ସ୍ବତନ୍ତ୍ର ପର୍ବତୀୟ ବଳର ଅଧିକାଂଶ ଅଧିକାରୀ ହେଉଛନ୍ତି ତାଲିମପ୍ରାପ୍ତ ପର୍ବତାରୋହୀ ଏବଂ ‘ସ୍କିୟର୍‌’। ସେମାନେ ଲଦାଖର କାରାକୋରମ୍‌ରୁ ଆରମ୍ଭ କରି ଅରୁଣାଚପ୍ରଦେଶର ଜଚେପ୍‌ ପର୍ଯ୍ୟନ୍ତ ୩,୪୮୮ କିଲୋମିଟର୍‌ ଦୀର୍ଘ ସୀମାରେ ପହରା ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe