କରୋନା ସଂକ୍ରମଣ ରୋକିବା ପାଇଁ ନାଜାଲ ସ୍ପ୍ରେ'ର କ୍ଲିନିକାଲ ପରୀକ୍ଷା ଆରମ୍ଭ କଲା ଆଇଟିସି

Advertisment
କରୋନା ସଂକ୍ରମଣ ରୋକିବା ପାଇଁ ନାଜାଲ ସ୍ପ୍ରେ'ର କ୍ଲିନିକାଲ ପରୀକ୍ଷା ଆରମ୍ଭ କଲା ଆଇଟିସି

www.deccanchronicle.com

ନୂଆଦିଲ୍ଲୀ: କରୋନାକୁ ହରାଇବା ପାଇଁ ଆସିବ ଆଉ ଏକ ନୂଆ ଅସ୍ତ୍ର। ଏବେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟିକା ଦିଆଯାଉଥିବା ବେଳେ ଆଗକୁ ଆଇଟିସି ଏକ ନାଜାଲ ସ୍ପ୍ରେ' ଆଣିବ ବୋଲି ଜଣାପଡ଼ିଛି। ନାକରେ ଏହାକୁ ସ୍ପ୍ରେ' କରିବା ଦ୍ବାରା କରୋନା ସଂକ୍ରମଣରୁ ସୁରକ୍ଷା ମିଳିପାରିବ। ତେବେ କମ୍ପାନି ଏହାର କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରିସାରିଥିବା ବେଳେ ବର୍ତ୍ତମାନ ନାଜାଲ ସ୍ପ୍ରେ'କୁ ନେଇ ଅଧିକ ତଥ୍ୟ ଦେବାକୁ ମନା କରିଛନ୍ତି ଆଟିସି ମୁଖପାତ୍ର।

ବେଙ୍ଗାଲୁରୁର ଆଇଟିସି ଲାଇଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର (ଏଲଏସଟିସି) ର ବୈଜ୍ଞାନିକମାନଙ୍କ ଦ୍ବାରା ବିକଶିତ ହୋଇଥିବା ଏହି ନାଜାଲ ସ୍ପ୍ରେ' ସମସ୍ତ ଆବଶ୍ୟକୀୟ ନିୟାମକ ଅନୁମୋଦନ ପାଇବା ପରେ ସାଭଲନ୍ ବ୍ରାଣ୍ଡ ଅଧୀନରେ ଏହାକୁ ମାର୍କେଟକୁ ଛଡ଼ାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ତେବେ ନାଜାଲ ସ୍ପ୍ରେ'ର ଜରୁରୀକାଳିନ ବ୍ୟବହାର ପାଇଁ କମ୍ପାନି କେବେ ଅନୁମତି ମାଗିବ ବା କେବେ ଏହାକୁ ମା‌ର୍କେଟକୁ ଛାଡ଼ିବାକୁ କମ୍ପାନି ଯୋଜନା କରୁଛି, ସେ ବିଷୟରେ କମ୍ପାନି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe