ଫୁଲମାଳା ପିନ୍ଧାଇବା ସମୟରେ ମନ୍ତ୍ରୀଙ୍କୁ କୁଣ୍ଡେଇ ହେଉଥିବା ପାଉଡର ଲଗାଇ ଦେଲେ ଦୁର୍ବୃତ୍ତ, ହେଲା ଏଭଳି ଅବସ୍ଥା

Advertisment
ଫୁଲମାଳା ପିନ୍ଧାଇବା ସମୟରେ ମନ୍ତ୍ରୀଙ୍କୁ କୁଣ୍ଡେଇ ହେଉଥିବା ପାଉଡର ଲଗାଇ ଦେଲେ ଦୁର୍ବୃତ୍ତ, ହେଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବଙ୍କ ସହିତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ବିକାଶ ଯାତ୍ରାରେ ଯାଉଥିବା  ସମୟରେ କେହି ଜଣେ ଦୁର୍ବୃତ୍ତ ସମସ୍ତଙ୍କ ଦୃଷ୍ଟି ଆଡୁଆଳରେ ମନ୍ତ୍ରୀଙ୍କୁ ଫୁଲ ମାଳା ପିନ୍ଧାଇବା ବାହାନାରେ ଶରୀରରେ କୁଣ୍ଡେଇ ହେଉଥିବା ପାଡର ପକାଇ ଦେଇଥିଲା। ଏସବୁ କିନ୍ତୁ ମନ୍ତ୍ରୀ ଜାଣି ପାରି ନଥିଲେ। କିଛି ସମୟ ପରେ ଧୀରେଧୀରେ ମନ୍ତ୍ରୀଙ୍କ ଶରୀର କୁଣ୍ଡେଇ ହେବାକୁ ଲାଗିଥି‌ଲା।

ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଏହାକୁ ଅଣଦେଖା କରି ଶୋଭାଯାତ୍ରାରେ ଆଗକୁ ବଢ଼ିଥିଲେ। କିନ୍ତୁ ପରେ ଏହା ଅଧିକ ବଢ଼ି ଯାଇଥିଲା। ସେ କୁଣ୍ଡେଇ କୁଣ୍ଡେଇ ନୟାନ୍ତ ହୋଇ ପଡ଼ିଥିଲେ। ଶେଷରେ ସେ ନିଜ ଯାତ୍ରାକୁ ଅଧାରୁ ଅଟକାଇ ଦେଇଥିଲେ। ଆଉ ନିଜ ଶରୀରକୁ ପରିସ୍କାର କରି ପୋଷାକ ବଦଳାଇ ଥିଲେ। ଏହାପରେ ଯାଇ ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବଙ୍କୁ ଆରାମ ମିଳିଥିଲା। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏଥିରେ ମନ୍ତ୍ରୀ କହୁଛନ୍ତି କି, ‘କେହି ଜଣେ ମୋ ଉପରକୁ କୁଣ୍ଡେଇ ହେଉଥିବା ପାଉଡର ଫିଙ୍ଗି ଦେଇଛି।’
nbsp;

ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବ ମୁନଗୋଲି ବିଧାସନଭା ଆସନରୁ ବିଧାୟକ ରହିଛନ୍ତି। କିଛିଦିନ ହେବ ସେ ଭାରତୀୟ ଜନତା ପାର୍ଟର ବିକାଶ ଯାତ୍ରାରେ ସାମିଲ ହୋଇ ବୁଲିବୁଲି  ନିଜ ଅଞ୍ଚଳର ଲୋକଙ୍କ କଥା ବୁଝୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe