୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆୟକର ରିଟର୍ଣ୍ଣ ଫାଇଲ୍ ତାରିଖ ନଭେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚିଲା

Advertisment
୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆୟକର ରିଟର୍ଣ୍ଣ ଫାଇଲ୍ ତାରିଖ ନଭେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚିଲା

Image Courtesy of The Financial Express

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀଜନିତ ଅସୁବିଧା ଦୃଷ୍ଟିରୁ ୨୦୧୯-୨୦ ଆର୍ଥିକ ବର୍ଷ (ଆସେସ୍‌ମେଣ୍ଟ୍‌ ଇୟର୍ ୨୦୨୦-୨୧) ସକାଶେ ଆୟକର ରିଟର୍ଣ୍ଣ ଫାଇଲ୍ ତାରିଖ ନଭେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚିଥିବା କଥା ଶନିବାର ଦିନ ଆୟକର ବିଭାଗ ବିଜ୍ଞପ୍ତି ଜାରି କରିଛି।

ଟୁଇଟ୍ କରି ଆୟକର ବିଭାଗ ଲେଖିଛି, ଗତି ଥିବା ଅବସ୍ଥାକୁ ହୃଦୟଙ୍ଗମ କରି ଓ ସେଥିପ୍ରତି ଧ୍ୟାନ ଦେଇ ଆମେ ଶେଷ ତାରିଖକୁ ଆହୁରି ଘୁଞ୍ଚାଇ ଦେଲୁ। ଏବେ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆୟକର ଫାଇଲିଙ୍ଗ୍‌ ତାରିଖ ନଭେମ୍ବର ୩୦, ୨୦୨୦ ଯାଏଁ ବଢ଼ାଇ ଦିଆଗଲା।

publive-image

ଟିକସ ଦାତାଙ୍କୁ ଆହୁରି ଆଶ୍ବସ୍ତି ଦେଇ ଗତ ସପ୍ତାହରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ୍‌ ଟ୍ୟାକ୍ସ୍‌ ବିଜ୍ଞପ୍ତି ମାଧ୍ୟମରେ ଆର୍ଥିକ ବର୍ଷ ୨୦୧୮-୧୯ର ସମୟ ସୀମା ଆହୁରି ମାସେ ବଢ଼ାଇ ଦେଇ ଜୁଲାଇ ୩୧, ୨୦୨୦ କରିଥିଲା।

ଆହୁରି ମଧ୍ୟ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ୍‌ ଟ୍ୟାକ୍ସ୍‌ ବର୍ଷ ୨୦୧୯-୨୦ ଆଇଟି ଆକ୍ଟ୍‌ରେ ଥିବା ବିଭିନ୍ନ ବିନିଯୋଗରୁ ଡିଡକ୍ସନ୍ ଲାଗି ସମୟ ସୀମା ଜୁଲାଇ ୩୧, ୨୦୨୦ ଘୁଞ୍ଚାଇ ଦେଇଥିଲା। ୮୦ସି (ଏଲ୍‌ଆଇସି, ପିପିଏଫ୍, ଏନ୍‌ଏସ୍‌ସି), ୮୦ ଡି (ମେଡିକ୍ଲେମ୍), ୮୦ ଜି (ଅନୁଦାନ) ଆଦି ଏହି ଆକ୍ଟ୍‌ ଅଧୀନରେ ଆସୁଛି।

ଏହାଛଡ଼ା ପୂର୍ବରୁ କେନ୍ଦ୍ର ସରକାର ବାୟୋମେଟ୍ରିକ୍ ଆଧାର ପାନ୍ ଲିଙ୍କ୍ ସମୟ ସୀମା ମାର୍ଚ ୩୧, ୨୦୨୧ ଯାଏଁ ବୃଦ୍ଧି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe