୬ ବର୍ଷ ହେଲା ଉଠିଲାଣି ଆଇନ; ତଥାପି ୧୦୦୦ରୁ ଅଧିକ ମାମଲା

Advertisment
ସୁପ୍ରିମ୍‌ କୋର୍ଟ ପ୍ରେକ୍ଷାଳୟରେ ହେବ ନୂତନ ବିଚାରପତିମାନଙ୍କ ଶପଥଗ୍ରହଣ ଉତ୍ସବ

Image Courtesy of New Indian Express

ନୂଆଦିଲ୍ଲୀ : ଆଇଟି ଆଇନର ଧାରା ୬୬ଏ ଅଧୀନରେ ୧ ହଜାରରୁ ଅଧିକ ମାମଲା ରୁଜୁ ହେବା ଘଟଣାରେ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହା ଏକ ବିବାଦୀୟ ଆଇନ। ଏହି ଆଇନ ଅଧୀନରେ କୌଣସି ଆପତ୍ତିଜନକ ଅନ୍‌ଲାଇନ୍‌ ପୋଷ୍ଟ୍‌ ପାଇଁ ପୁଲିସ ଗିରଫ କରିପାରିବ। କିନ୍ତୁ ୭ ବର୍ଷ ପୂର୍ବେ ୨୦୧୫ ମାର୍ଚ୍ଚ ୨୪ରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇ ଏହି ଆଇନ ରଦ୍ଦ କରିଦେଇଥିଲେ। ତେବେ ୭ ବର୍ଷ ପ‌ରେ ମଧ୍ୟ ଏହି ଆଇନ ଅଧୀନରେ ମାମଲା ରୁଜୁ ହେଉଥିବା ଘଟଣାରେ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଜଷ୍ଟିସ୍‌ ଆର୍‌ ନରିମାନ୍‌, କେଏମ୍‌ ଯୋସେଫ୍‌ ଏବଂ ବିଆର୍‌ ଗଭାଇଙ୍କ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ରକୁ ନୋଟିସ୍‌ କରିଛନ୍ତି ଏବଂ ୨ ସପ୍ତାହ ମଧ୍ୟରେ ଏନେଇ ଜବାବ ମାଗିଛନ୍ତି। ପିୟୁସିଏଲ୍‌ (ଦି ପିପୁଲ୍‌ ୟୁନିଅନ୍‌ ଫର୍‌ ସିଭିଲ୍‌ ଲିବର୍ଟିଜ୍‌) ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ଦ୍ବାରା ହୋଇଥିବା ଏକ ଆବେଦନର ଶୁଣାଣି କରି‌ କୋର୍ଟ ଆଜି ଏହା କହିଛନ୍ତି। ଆାବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ସଂଜୟ ପାରିଖ୍‌ କୋର୍ଟରେ ହୋଇ କହିଛନ୍ତି, ରଦ୍ଦ ଆଇନ ଅଧୀନରେ ମାମଲା ରୁଜୁ ବନ୍ଦ କରିବାକୁ ନି‌ର୍ଦ୍ଦେଶ ଦିଆଯାଉ। କେନ୍ଦ୍ର ସରକାର ସମସ୍ତ ପୁଲିସ ଷ୍ଟେସନ୍‌ରୁ ଉକ୍ତ ଆଇନ ଅଧୀନରେ ଥିବା ଏତଲା ସଂକ୍ରାନ୍ତ ତଥ୍ୟ ମାଗିବାପାଇଁ ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe