ପେଟ୍ରୋଲ ଲୁଟ୍ କରିବା କାଳ ହେଲା: ଟ୍ୟାଙ୍କର୍ ବିସ୍ଫୋରଣରେ ୯୪ ମୃତ,୫୦ରୁ ଅଧିକ ଆହତ

Advertisment

ଉତ୍ତର-ପଶ୍ଚିମ ନାଇଜେରିଆର ପେଟ୍ରୋଲ ଲୁଟ୍ କରିବାକୁ ଆସିଥିବା ୯୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୫୦ରୁ ଅଧିକ ଆହତ ହୋଇଛନ୍ତି। ରାସ୍ତାରେ ଓଲଟି ପଡ଼ିଥିବା ପେଟ୍ରୋଲ ଟ୍ୟାଙ୍କର୍‌ରୁ ପେଟ୍ରୋଲ୍ ଲୁଟ୍ ପାଇଁ ଲୋକେ ଜମା ହୋଇଥିଲେ...

Updated On

ଉତ୍ତର-ପଶ୍ଚିମ ନାଇଜେରିଆର ପେଟ୍ରୋଲ ଲୁଟ୍ କରିବାକୁ ଆସିଥିବା ୯୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୫୦ରୁ ଅଧିକ ଆହତ ହୋଇଛନ୍ତି। ରାସ୍ତାରେ ଓଲଟି ପଡ଼ିଥିବା ପେଟ୍ରୋଲ ଟ୍ୟାଙ୍କର୍‌ରୁ ପେଟ୍ରୋଲ୍ ଲୁଟ୍ ପାଇଁ ଲୋକେ ଜମା ହୋଇଥିଲେ...

ଅଦ୍ୟତନ ହୋଇଛି
11amamzx

ଆବୁଜା: ନାଇଜେରିଆରେ ଏକ ପେଟ୍ରୋଲ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି। ଫଳରେ  ଏପର୍ଯ୍ୟନ୍ତ ୯୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଥିବା କୁହାଯାଉଛି। ନାଇଜେରିଆ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜିଗାୱା ଷ୍ଟେଟ୍ ଏକ୍ସପ୍ରେସୱେରେ ଲୋକମାନେ ପେଟ୍ରୋଲ ଲୁଟ୍ ପାଇଁ ଟ୍ୟାଙ୍କର୍ ଆଡକୁ ଯାଉଥିବା ବେଳେ ବିସ୍ଫୋରଣ  ଘଟିଥିବା ପୁଲିସ କହିଛି।

ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଉତ୍ତର-ପଶ୍ଚିମ ନାଇଜେରିଆର ପେଟ୍ରୋଲ ଟ୍ୟାଙ୍କର୍ ସମ୍ମୁଖକୁ ହଠାତ୍ ଏକ ଟ୍ରକ୍ ଆସି ଯାଇଥିଲା। ଯେଉଁ କାରଣରୁ ଡ୍ରାଇଭର ଟ୍ୟାଙ୍କର୍ ଉପରେ ନିୟନ୍ତ୍ରଣ ହରାଇଥିଲେ। ଟ୍ୟାଙ୍କରଟି ଟ୍ରକ୍ ସହିତ ଧକ୍କା ହେବାରୁ ରକ୍ଷା ପାଇଥିଲା କିନ୍ତୁ ଡ୍ରାଇଭର ଟ୍ୟାଙ୍କରକୁ ନିୟନ୍ତ୍ରଣ କରିପାରି ନ ଥିଲେ ଏବଂ ରାସ୍ତାରେ  ଏହା ଓଲଟି ପଡିଥିଲା।

ଟ୍ୟାଙ୍କର୍‌ଟି ଓଲଟି ପଡିବାରୁ ପେଟ୍ରୋଲ ରାସ୍ତାରେ ବହିବାକୁ ଲାଗିଲା। ଲୋକମାନେ ଲୋଭରେ ପେଟ୍ରୋଲ୍ ଲୁଟ୍ କରିବାକୁ ଆସୁଥିବା ସମୟରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଘଟଣାସ୍ଥଳରେ ନିଆଁ ଲାଗି ଯାଇଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ନିକଟସ୍ଥ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଜଳିଯାଇଥିବା ମୃତଦେହଗୁଡ଼ିକ ଗଦା ହୋଇ ଘଟଣାସ୍ଥଳରେ ପଡ଼ି ରହିଛି। ଅଗ୍ନିଶମ ବିଭାଗ, ପୁଲିସ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସ୍ଥାନୀୟ ପୁଲିସର ମୁଖପାତ୍ର ଲୋନ ଶିଇସୁ ଆଦାମଙ୍କ ଅନୁଯାୟୀ ଜିଗାୱା ରାଜ୍ୟର ଏକ ଏକ୍ସପ୍ରେସୱେରେ ଟ୍ୟାଙ୍କର ବିସ୍ଫୋରଣ ହୋଇଛି। ବର୍ତ୍ତମାନ, ଆହତମାନଙ୍କୁ ବଞ୍ଚାଇବା ଆମର ମୁଖ୍ୟ ପ୍ରାଥମିକତା। ଦୁର୍ଘଟଣାର ତଦନ୍ତ କରାଯାଉଛି। ପୁଲିସର ସୂଚନାନୁସାରେ, ଟ୍ୟାଙ୍କର୍‌ଟି କାନୋରୁ ଆସିଥିଲା। ଏହା ମାଜିୟା ନିକଟରେ ଓଲଟି ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe