Image Courtesy of India Today
ନୂଆଦିଲ୍ଲୀ: ଭାରତୀୟମାନେ ଚଢ଼ା ଦର ଦେଇ ଇନ୍ଧନ କିଣି ପାରିବ ନାହିଁ, ତେଣୁ ସେମାନଙ୍କ ସୁବିଧା ପାଇଁ ଭାରତ ରୁଷ୍ରୁ ଅଶୋଧିତ ତୈଳ ଖରିଦ କରୁଛି ବୋଲି ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଥାଇଲାଣ୍ଡ୍ର ରାଜଧାନୀ ବ୍ୟାଙ୍ଗକକ୍ରେ ଭାରତୀୟ ବଂଶୋଦ୍ଦଭବମାନଙ୍କ ସହିତ ଆଳାପ କରିବା ବେଳେ କହିଛନ୍ତି।
ସେ କହିଛନ୍ତି, ଆମର ସ୍ବାର୍ଥ ପ୍ରତି ଆମେ ଖୁବ୍ ଉନ୍ମୁକ୍ତ ଏବଂ ସତ୍ୟନିଷ୍ଠ। ମୋ ଦେଶବାସୀଙ୍କ ମୁଣ୍ଡପିଛି ଆୟ ୨୦୦୦ ଡଲାର୍। ସେମାନେ ଇନ୍ଧନପାଇଁ ଚଢ଼ା ଦର ଦେଇ ପାରିବେ ନାହିଁ। ତେଣୁ, ସେମାନଙ୍କ ପାଇଁ ସୁଲଭ ମୂଲ୍ୟରେ କାରବାର କରିବା ଦିଗରେ ସୁନିଶ୍ଚିତ ହେବା ମୋର ନୈତିକ କର୍ତ୍ତବ୍ୟ।
Image Courtesy of The Quintସେ ଆହୁରି ମଧ୍ୟ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା କଟକଣା ଲାଗୁ କରିବା ପରେ ରୁଷ୍ରୁ ୟୁରୋପ୍ ଅତି କମ୍ ପରିମାଣର ତୈଳ ଖରିଦ କରୁଥିବାରୁ ଭାରତର ଅନେକ ତୈଳ ଯୋଗାଣକାରୀ ୟୁରୋପ୍କୁ ତୈଳ ଯୋଗାଉଛନ୍ତି। ତୈଳ ଓ ଗ୍ୟାସ୍ ଦର ଅକାରଣରେ ବୃଦ୍ଧି ପାଉଛି। ପରିସ୍ଥିତି ଏମିତି ହୋଇଛି ଯେ, ତୈଳ ଓ ବାଷ୍ପ ଦର ବୃଦ୍ଧି ପ୍ରଭାବ ହ୍ରାସ କରିବା ଲାଗି ଶସ୍ତାରେ ତେଲ ଖରିଦ କରିବା ଲାଗି ସବୁ ଦେଶ ଉଦ୍ୟମ କରୁଛନ୍ତି। ଆମେ ବି ଠିକ୍ ସେମିତି କରୁଛୁ।
ସୂଚନାଯୋଗ୍ୟ, ୯ମ ଭାରତ-ଥାଇଲାଣ୍ଡ୍ ମିଳିତ କମିସନ୍ ବୈଠକରେ ଯୋଗ ଦେବା ପାଇଁ ମଙ୍ଗଳବାର ଦିନ ଜୟଶଙ୍କର ଥାଇଲାଣ୍ଡ୍ରେ ଥିଲେ। ସେଠାରେ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କୁ ଭେଟିଥିଲେ। ଚଳିତ ବର୍ଷ ଭାରତ ଓ ଥାଇଲାଣ୍ଡ୍ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି।
Follow Us