ମାନହାନିକୁ ଅପରାଧମୁକ୍ତ କରିବାର ସମୟ ଆସିଛି

ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଏବେ ମାନହାନିକୁ ଅପରାଧମୁକ୍ତ କରିବାର ସମୟ ଆସିଛି।  ଏକ ମାନହାନି ମାମଲାରେ ଅନଲାଇନ୍‌ ନ୍ୟୁଜ୍‌ ପୋର୍ଟାଲ ‘ଦି ଓୟାର’କୁ ଜାରି....

Supreme Court

Supreme Court

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଏବେ ମାନହାନିକୁ ଅପରାଧମୁକ୍ତ କରିବାର ସମୟ ଆସିଛି।  ଏକ ମାନହାନି ମାମଲାରେ ଅନଲାଇନ୍‌ ନ୍ୟୁଜ୍‌ ପୋର୍ଟାଲ ‘ଦି ଓୟାର’କୁ ଜାରି ହୋଇଥିବା ସମନ୍‌ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ସମୟରେ ଆଜି ଜଷ୍ଟିସ୍‌ ଏମ୍‌ଏମ୍‌ ସୁନ୍ଦ୍ରେଶ ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏହି ‌ମୌଖିକ ଟିପ୍ପଣୀ ଦେଇଛନ୍ତି। ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ର ଜଣେ ପୂର୍ବତନ ପ୍ରଫେସର ଅମିତା ସିଂହଙ୍କ ଦ୍ବାରା ନ୍ୟୁଜ୍‌ ପୋର୍ଟାଲ୍‌ ଦି ଓୟାର ବିରୋଧରେ ଏକ  ଆପରାଧିକ ମାନହାନି ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଦି ଓୟାର୍‌କୁ ଜାରି ହୋଇଥିବା ସମନ୍‌କୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଆଜି କୋର୍ଟ ଶୁଣାଣି କରିଥିଲେ।

ଆବେଦନ ଉପରେ ଏକ ନୋଟିସ୍‌ ଜାରି କରିବା ପାଇଁ ରାଜି ହୋଇଥିବା ଜଷ୍ଟିସ୍‌ ସୁନ୍ଦ୍ରେଶ ମୌଖିକ ଭାବେ କହିଥିଲେ ମୁଁ ଭାବୁଛି ଯେ ଏବେ ଏସବୁକୁ ଅପରାଧମୁକ୍ତ କରିବାର ସମୟ ଆସିଛି। ନ୍ୟୁଜ୍‌ ପୋର୍ଟାଲକୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଓକିଲ କପିଲ ସିବଲ୍‌ ମଧ୍ୟ ଏହି ଟିପ୍ପଣୀରେ ରାଜି ହୋଇ ସଂସ୍କାରର ଆବଶ୍ୟକତା ସଂପର୍କରେ ମତ ରଖିଥିଲେ। ଭାରତୀୟ ନ୍ୟାୟ ସଂହିତାର ଧାରା ୩୫୬(ଆଇପିସିର ଧାରା ୪୯୯) ଅନୁଯାୟୀ, ଭାରତରେ ମାନହାନି ଆପରାଧିକ ଶ୍ରେଣୀଭୁକ୍ତ ରହିଛି। ୨୦୧୬ରେ ସୁବ୍ରମଣ୍ୟମ ସ୍ବାମୀ ବନାମ ଭାରତ ସରକାର ମାମଲାରେ ସୁପ୍ରିମକୋର୍ଟ ଆପରାଧିକ ମାନହାନିର ସାମ୍ବିଧାନିକ ବୈଧତାକୁ କାଏମ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe