Photo Courtesy of The Financial Express
ନୂଆଦିଲ୍ଲୀ : ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍ କ୍ୟାପିଟଲ୍ ଭବନ ଦଙ୍ଗାକାରୀଙ୍କୁ ଦେଶପ୍ରେମୀ ବୋଲି କହିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଟ୍ବିଟ୍କୁ ନେଇ ପ୍ରବଳ ବିରୋଧ ହେବାରୁ ଇଭାଙ୍କା ତାହା ପ୍ରତ୍ୟାହାର କରିନେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ୍ଙ୍କ ଏକ ଟ୍ବିଟ୍କୁ ରିଟ୍ବିଟ୍ କରି ଇଭାଙ୍କା ଦଙ୍ଗାକାରୀମାନଙ୍କୁ ଶାନ୍ତ ରହିବାପାଇଁ କହିଥିଲେ। ଏହି ମର୍ମରେ ସେ ଦଙ୍ଗାକାରୀମାନଙ୍କୁ ଆମେରିକୀୟ ଦେଶପ୍ରେମୀ ବୋଲି କହିଥିଲେ। ଇଭାଙ୍କା କହିଥିଲେ, ‘ଆମେରିକୀୟ ଦେଶପ୍ରେମୀ, ଆମ ଆଇନବ୍ୟବସ୍ଥାକୁ ଅସମ୍ମାନ ଏବଂ କୌଣସି ସୁରକ୍ଷା ଭଙ୍ଗ ଅଗ୍ରହଣୀୟ। ଏଭଳି ହିଂସା ବନ୍ଦ ହେବା ଉଚିତ୍ ବୋଲି ଇଭାଙ୍କା ଟ୍ବିଟ୍ କରିଥିଲେ। ତେବେ ବିବାଦ ବଢ଼ିବାରୁ ସେ ଟ୍ବିଟ୍ ହଟାଇବାକୁ ବାଧ୍ୟ ହୋଇଥିଲେ।
Follow Us