ମହିଳାମାନଙ୍କ ଅର୍ଥନୈତିକ ସଶକ୍ତିକରଣରେ ଉନ୍ନତି ଲାଗି ଡବ୍ଲୁ-ଜିଡିପି ଫଣ୍ଡ୍ ଗଠନ କରାଯାଇଛି: ଇଭାଙ୍କା ଟ୍ରମ୍ପ୍

Advertisment

ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ ଦୂର କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଡବ୍ଲୁ-ଜିଡିପି ଏବଂ ୟୁଏସ୍‌ଏଡ୍ ସହ ନୂଆ ସହଯୋଗିତା ସ୍ଥାପନ ଘୋଷଣା

ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ ଦୂର କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଡବ୍ଲୁ-ଜିଡିପି ଏବଂ ୟୁଏସ୍‌ଏଡ୍ ସହ ନୂଆ ସହଯୋଗିତା ସ୍ଥାପନ ଘୋଷଣା

ଯୋଦ୍ଧାଙ୍କୁ ଆଉ ଚାରିବର୍ଷ ସୁଯୋଗ ଦିଅ: ଇଭାଙ୍କା ଟ୍ରମ୍ପ୍‌

Image Courtesy of India Today

ମୁମ୍ବାଇ/ଭୁବନେଶ୍ୱର: ଓମନେସ୍ ଗ୍ଲୋବାଲ୍ ଡେଭେଲପ୍‌ମେଂଟ୍ ଆଣ୍ଡ୍ ପ୍ରସ୍ପରିଟି (ଡବ୍ଲୁ-ଜିଡିପି) ଅଭିଯାନ ଅଧୀନରେ ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ (ବୈଷମ୍ୟ)କୁ ଦୂର କରିବା ଲାଗି ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ (ୟୁଏସ୍‌ଏଡ୍‌) ଓ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ ନୂତନ ସହଭାଗିତା ସ୍ଥାପନ କରାଯାଇଛି । ଡବ୍ଲୁ-ଜିଡିପି ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ଡେପୁଟି ସେକ୍ରେଟାରି ଅଫ ଷ୍ଟେଟ୍ ଷ୍ଟିଫେନ୍ ବିଏଗନ୍‌ଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହି ନୂତନ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍ ଓ ଡେପୁଟି ୟୁଏସ୍‌ଏଡ୍ ପ୍ରଶାସକ ବନି ଗ୍ଲିକ୍ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ www.state.govରେ ସିଧା ପ୍ରସାରଣ କରାଯାଇଥିଲା ।

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍ କହିଛନ୍ତି ଯେ, “ମହିଳାମାନଙ୍କ ଅର୍ଥନୈତିକ ସଶକ୍ତିକରଣରେ ଉନ୍ନତି ପାଇଁ ସବୁଠୁ ଅଭିନବ କାର୍ଯ୍ୟକ୍ରମ ସୃଷ୍ଟି କରିବା ଓ ତାହାକୁ ବ୍ୟାପକ କରିବା ଲାଗି ଡବ୍ଲୁ-ଜିଡିପି ଫଣ୍ଡ୍ ଗଠନ କରାଯାଇଛି । ଆମେ ଯୁକ୍ତରାଷ୍ଟ୍ର ଆମେରିକା ସରକାର ଓ ଘରୋଇ କ୍ଷେତ୍ରର ସମ୍ବଳ ଓ ଅଭିଜ୍ଞତା ହାସଲ କରିଛୁ ଯଦ୍ୱାରା ଏହି ଅଭିଯାନ ପ୍ରଭାବୀ ହେବ ଏବଂ ସମାଜର ଯେଉଁମାନଙ୍କ ଠାରେ ଏହା ପହଂଚିବ ସେଠରେ ବେଶ୍ ପ୍ରଭାବଶାଳୀ ହୋଇପାରିବ ।’’

ୟୁଏସ୍‌ଏଡ୍‌ର ଆକ୍ଟିଂ ଆଡ୍‌ମିନିଷ୍ଟ୍ରେଟର (କାର୍ଯ୍ୟନିର୍ବାହୀ ପ୍ରଶାସକ) ଜନ୍ ବାର୍ସା କହିଛନ୍ତି ଯେ, “ଯଦି ଆମେ ଜନସଂଖ୍ୟାର ଅଧା ଭାଗକୁ ବାଦ ଦେବା ତେବେ ବିଶ୍ୱସ୍ତରୀୟ ସମୃଦ୍ଧି ଅପହଂଚ ରହିବ । ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ (ୟୁଏସ୍‌ଏଡ୍‌)ରେ ଆମର ବିଶ୍ୱାସ ରହିଛି ଯେ ବ୍ୟାପକ ପରିବର୍ତନ ନିମନ୍ତେ ମାନବ ସମ୍ଭାବନାକୁ ଉନ୍ମୁକ୍ତ କରିବା ଲାଗି ମହିଳାଙ୍କ କ୍ଷେତ୍ରରେ ନିବେଶ କରିବା ଏକ ପ୍ରମୁଖ ଆବଶ୍ୟକତା । ମହିଳା ଓ ପୁରୁଷମାନଙ୍କ ମଧ୍ୟରେ ଥିବା ଅର୍ଥନୈତିକ ପ୍ରଭେଦ ବା ତାରତମ୍ୟକୁ ସମାପ୍ତ କରିବା ଲାଗି ଡବ୍ଲୁ-ଜିଡିପି ଓ ୟୁଏସ୍‌ଏଡ୍ ଅଭିନବ ସମାଧାନ ପାଇଁ ପାଣ୍ଠି ଯୋଗାଉଛନ୍ତି ଏବଂ ସ୍ୱାବଲମ୍ବୀ ହୋଇ ଆଗକୁ ବଢ଼ିବା ଲାଗି ଆମର ସହଯୋଗୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି ।’’

ଏହି କାର୍ଯ୍ୟକ୍ରମ ଅବସରରେ ଏକ ଭର୍ଚୁଆଲ ଭିଡିଓ ବାର୍ତ୍ତାରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଓ ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି କହିଛନ୍ତି ଯେ, “ୟୁଏସ୍‌ଏଡ୍ ସହ ସହଭାଗିତା ଜରିଆରେ ଡବ୍ଲୁ-ଜିଡିପିର ଶକ୍ତିି ସହ ରିଲାଏନ୍ସ ଫାଉଣ୍ଡେସନ ଯୋଗ ଦେଉଥିବା ବିଷୟରେ ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ । ମିଳିତ ଭାବେ ଆମେ ସାରା ଭାରତରେ ୨୦୨୦ ଶେଷ ସୁଦ୍ଧା ଡବ୍ଲୁ-ଜିଡିପି ଓମେନ୍‌-କନେକ୍ଟ ଚ୍ୟାଲେଞ୍ଜକୁ ଆରମ୍ଭ କରିବୁ । ଆମର ଏହି ସହଭାଗିତାର କେନ୍ଦ୍ରରେ ରହିଛି ଭାରତର ଉଭୟ ଲିଙ୍ଗଗତ ପ୍ରଭେଦ ଓ ଡିଜିଟାଲ ତାରତମ୍ୟକୁ ଦୂର କରିବା ପାଇଁ ଆମର ରହିଥିବା ମିଳିତ ଲକ୍ଷ୍ୟ ।’’

ଡବ୍ଲୁ-ଜିଡିପି ଓମେନ୍‌ସ କନେକ୍ଟ ଚ୍ୟାଲେଞ୍ଜ (ଡବ୍ଲୁସିସି) ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦକୁ ଦୂର କରିବା, ବ୍ୟବସାୟ ସୁଯୋଗ ସଂପ୍ରସାରିତ କରିବା ଏବଂ ମହିଳାଙ୍କୁ ସଶକ୍ତ କରିବା ଦିଗରେ ଘରୋଇ କ୍ଷେତ୍ର ନେତୃତ୍ୱରେ ହେଉଥିବା ଉଦ୍ୟମକୁ ସମର୍ଥନ କରୁଛି । ଏହି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ଡବ୍ଲୁ-ଜିଡିପି, ରିଲାଏନ୍ସ ଫାଉଣ୍ଡେସନ ସହ ସହଭାଗିତା ସ୍ଥାପନ କରି ଭାରତ ପାଇଁ ଏକ ସ୍ୱତନ୍ତ୍ର ଡବ୍ଲୁସିସି ସୃଷ୍ଟି କରିବ ଏବଂ ପୂର୍ବରୁ ଥିବା ଡବ୍ଲୁ-ଜିଡିପି ଡବ୍ଲୁସିସି ପର୍ଯ୍ୟାୟଗୁଡ଼ିକରୁ ମିଳିଥିବା ଅଭିଜ୍ଞତାକୁ ସମ୍ମିଳିତ କରିବ ।

୨୦୧୬ରେ ରିଲାଏନ୍ସ ପକ୍ଷରୁ ଜିଓର ଶୁଭାରମ୍ଭ କରାଯାଇଥିଲା - ଏହା ଥିଲା ଏକ ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ଯାହା ୧୩୦ କୋଟି ଭାରତୀୟଙ୍କ ପାଇଁ ଡିଜିଟାଲ୍ ଜୀବନର ଅଭ୍ୟୁଦୟ କରିଥିଲା ଏବଂ ପ୍ରଥମ ଥର ସର୍ବଭାରତୀୟ ଡିଜିଟାଲ୍ ବିପ୍ଳବ ଆଣିଥିଲା ଯାହା ଲୋକଙ୍କ ଜୀବନରେ ଅଭୁତପୂର୍ବ ପରିବର୍ତ୍ତନ ଆଣିଥିଲା ଯାହା ପୂର୍ବରୁ ଅକଳ୍ପନୀୟ ଥିଲା । ଆଜିର ଦିନରେ ଜିଓ ହେଉଛି ଭାରତର ସର୍ବବୃହତ ଓ ଦୁନିଆର ଦ୍ୱିତୀୟ ବୃହତମ ଡିଜିଟାଲ୍ ସେବା କଂପାନି । ପ୍ରାୟ ୧୨୦ ନିୟୁତ ଜିଓ ବ୍ୟବହାରକାରୀ ହେଉଛନ୍ତି ମହିଳା ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଚଳିତ ବର୍ଷ ରିଲାଏନ୍ସ ଫାଉଣ୍ଡେସନ ଏହାର ୧୦ମ ବର୍ଷପୂର୍ତ୍ତୀ ପାଳନ କରୁଛି ଏବଂ ବିଗତ ଦଶନ୍ଧୀରେ ଏହା ୩୬ ନିୟୁତ ଭାରତୀୟଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି । ଜିଓ ଓ ରିଲାଏନ୍ସ ଫାଉଣ୍ଡେସନ ମିଳିତ ଭାବେ ଭାରତରେ ଡବ୍ଲୁ-ଜିଡିପିର ଅଭିଯାନ ପ୍ରତି ଉଲ୍ଲେଖନୀୟ ଯୋଗଦାନ ଦେବେ ଯାହା ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ ଦୂର କରିବାରେ ସହାୟକ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe