ମେଲବର୍ଣ୍ଣ: ପରଜୀବୀ ଜୀବାଣୁ ନିରୋଧୀ ଔଷଧ ‘ଆଇଭରମେକଟିନ୍' ୪୮ ଘଣ୍ଟା ମଧ୍ୟରେ କରୋନାଭାଇରସକୁ ମାରିପାରିବ ବୋଲି ଅଷ୍ଟ୍ରେଲିଆର ଗବେଷକମାନେ ଦାବି କରିଛନ୍ତି ।
ଅଷ୍ଟ୍ରେଲିଆର ମେଲବର୍ଣ୍ଣସ୍ଥିତ "ମୋନାସ ବିଶ୍ୱବିଦ୍ୟାଳୟର ବାୟୋମେଡିସିନ୍ ଡିସକଭରି ଇନଷ୍ଟିଚ୍ୟୁଟ' ଏବଂ "ପିଟର୍ ଡୋହେର୍ଟି ଇନଷ୍ଟିଚ୍ୟୁଟ ଅଫ୍ ଇନଫେକସନ୍ ଆଣ୍ଡ୍ ଇମ୍ୟୁନିଟି'ର ଗବେଷକମାନେ ଏକ ମିଳିତ ଅଧ୍ୟୟନ କରି ଏହି ଔଷଧର ସଫଳତା ବିଷୟରେ ଜଣାଇଛନ୍ତି । ଅଧ୍ୟୟନର ନେତୃତ୍ୱ ନେଇଥିବା "ମୋନାସ ବାୟୋମେଡିସିନ୍ ଡିସକଭରି ଇନଷ୍ଟିଚ୍ୟୁଟର ଡାକ୍ତର କାଇଲାଇ ୱାଗଷ୍ଟାଫ୍ "ମେଡିକାନ୍ ଏକ୍ସପ୍ରେସ୍'କୁ କହିଛନ୍ତି ଯେ ‘ଆଇଭରମେକଟିନ୍' ଔଷଧ ୪୮ ଘଣ୍ଟା ମଧ୍ୟରେ ଜୀବକୋଷ ମଧ୍ୟରେ କୋଭିଡ୍-୧୯ କରୋନାଭାଇରସ୍ ବୃଦ୍ଧିକୁ ଅଟକାଇ ଦେବ ।
Image Source: India TVସେ କହିଛନ୍ତି ଯେ ଏହି ଔଷଧର ଗୋଟିଏ ପାନ ୪୮ ଘଣ୍ଟା ମଧ୍ୟରେ ସମସ୍ତ ଭୂତାଣୁଗ୍ରସ୍ତ "ଆରଏନଏ'କୁ ନଷ୍ଟ କରିଦେବ । ୨୪ ଘଣ୍ଟା ମଧ୍ୟରେ ବି ଏହାର କାର୍ଯ୍ୟ ଦକ୍ଷତା ଜାଣି ହେବ ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ‘ଆଇଭରମେକଟିନ୍' ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ‘ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍' ଅନୁମୋଦିତ ଔଷଧ । "ଏଚଆଇଭି', "ଡଙ୍ଗୁ', "ଇନଫ୍ଲୁଏଞ୍ଜା' ଏବଂ "ଜାଇକା ଭୂତାଣୁ' ସମେତ ଅନେକ ଭୂତାଣୁ ସଂକ୍ରମଣ ଚିକିତ୍ସାରେ ଏହା ଏକ ଫଳପ୍ରଦ ଔଷଧ।
କିନ୍ତୁ, ଡାକ୍ତର ୱାଗଷ୍ଟାଫ୍ ଗୁରୁତ୍ୱାରୋପ କରି କହିଛନ୍ତି ଯେ ‘ଆଇଭରମେକଟିନ୍' ଔଷଧକୁ ପରୀକ୍ଷା ନଳୀ ମଧ୍ୟରେ ଥିବା ଭୂତାଣୁଙ୍କ ଉପରେ ପ୍ରୟୋଗ କରାଯାଇ ଅଧ୍ୟୟନ କରାଯାଇଛି । ମଣିଷଙ୍କ ଶରୀରରେ ଏହାର ପରୀକ୍ଷା ହେବ ଉଚିତ । ‘ଆଇଭରମେକଟିନ୍' ନିରାପଦ ଔଷଧ ହୋଇଥିବାରୁ ବହୁଳ ଭାବେ ବ୍ୟବହାର ହେଉଥିବା କଥା ସେ କହିଛନ୍ତି ।
Follow Us