ପାକ୍‌ ଆଇଏସ୍‌ଆଇ ସମର୍ଥିତ ଆତଙ୍କବାଦୀ ସଂଗଠନ ଅଲ୍‌- ବଦରର ୨କୁଖ୍ୟାତ ଆତଙ୍କବାଦୀ ଏନ୍‌କାଉଣ୍ଟରରେ ନିହତ

Advertisment
ଆତଙ୍କର ମାସ ନଭେମ୍ବର, ୯ ଶୀର୍ଷ କମାଣ୍ଡର ସମେତ ୩୭ ନିହତ

ଶ୍ରୀନଗର (ଜମ୍ମୁ-କଶ୍ମୀର): ଜମ୍ମୁ- କଶ୍ମୀରରେ ଆଜି (ରବିବାର) ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛିି। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ସମର୍ଥିତ ଆତଙ୍କବାଦୀ ସଂଗଠନ ଅଲ୍‌- ବଦରର ଦୁଇଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀର ଯବାନମାନେ ଆଜି ଗୁଳିକରି ହତ୍ୟା କରିଛନ୍ତି। ଦକ୍ଷିଣ କଶ୍ମୀର ଅନ୍ତର୍ଗତ ସୋପିଆନ୍‌ ଜିଲ୍ଲା ଅନ୍ତର୍ଗତ ରିବାନ ଅଞ୍ଚଳରେ କେତେକ କୁଖ୍ୟାତ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳକୁ ନାକାବନ୍ଦୀ କରି ଦିଆଯିବା ସହ ବ୍ୟାପକ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ତେବେ, ଏହି ସମୟରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚାଳନା କରିବାରୁ ସୁରକ୍ଷା ବାହିନୀ ପକ୍ଷରୁ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା। ଏଥିରେ ଦୁଇଜଣ ଆତଙ୍କବାଦୀଙ୍କ ମୁତ୍ୟୁ ଘଟିଥିଲା। ମୃତ ଦୁଇ ଆତଙ୍କବାଦୀ ହେଲେ ନଓ୍ଵାଜ ଅହମ୍ମଦ ଓ୍ଵାଗେ ଓ ଆଓ୍ଵାର ଓ୍ଵାନି। ଏମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ରକୁ ମଧ୍ୟ ସୁରକ୍ଷା ବାହିନୀର ଯବାନମାନେ ଜବତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ସମର୍ଥିତ ଆତଙ୍କବାଦୀ ସଂଗଠନ ଅଲ୍‌- ବଦରର ଏହି ଦୁଇଜଣ କୁଖ୍ୟାତ ଆତଙ୍କବାଦୀ ଜମ୍ମୁ- କଶ୍ମୀରରେ ସଂଗଠିତ ବହୁ ଆତଙ୍କବାଦୀ ହାମ୍‌ଲାରେ ସଂପୃକ୍ତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe