ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଆକ୍ରମଣକାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ଜମ୍ମୁ ଓ କଶ୍ମୀର ପୁଲିସଙ୍କ ପୁଅ

ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଆକ୍ରମଣକାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ଜମ୍ମୁ ଓ କଶ୍ମୀର ପୁଲିସଙ୍କ ପୁଅ

Image Courtesy India Today

ନୂଆଦିଲ୍ଲୀ: ଶନିବାର ରାତିରେ ଅବନ୍ତିପୋରାସ୍ଥିତ ସିଆର୍‌ପିଏଫ୍‌ ଟ୍ରେନିଙ୍ଗ୍‌ କ୍ୟାମ୍ପ୍‌ରେ ଆକ୍ରମଣ କରିଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରେ ଥିଲେ ଜଣେ ପୁଲିସବାଲାଙ୍କ ୧୬ ବର୍ଷିୟ ପୁଅ ଫର୍‌ଦୀନ୍‌ ଅହମଦ ଖାଣ୍ଡେ। ଶ୍ରୀନଗର ଠାରେ ନିଯୁକ୍ତ ହୋଇଥିବା ଜମ୍ମୁ ଓ କଶ୍ମୀର ପୁଲିସର କନେଷ୍ଟବଳ ଗୁଲାମ ମହମ୍ମଦ ଖାଣ୍ଡେ ହେଉଛନ୍ତି ତା’ର ବାପା।

ଦଶମ ଶ୍ରେଣୀରେ ପଢୁଥିବା ଖାଣ୍ଡେ ତିନି ମାସ ତଳେ ଆତଙ୍କବାଦୀ ହୋଇ ଯାଇଥିଲା। ରବିବାର ଦିନ ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ସେ ଅନ୍ୟତମ।

ଖାଣ୍ଡେ ତ୍ରାଲ୍‌ର ବାସିନ୍ଦା। ଅନ୍ୟ ଫିୟାଦୀନ ଜଣକ ହେଉଛନ୍ତି ୨୨ ବର୍ଷୀୟ ମଞ୍ଜୁର୍‌ ବାବା ଦ୍ରୁବ୍‌ଗାମ। ସେ ମଧ୍ୟ ଦକ୍ଷିଣ କଶ୍ମୀର ଅନ୍ତର୍ଗତ ପୁଲଓ୍ଵାମା ଜିଲ୍ଲାବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe