Hindustan Times
ନୂଆଦିଲ୍ଲୀ : ରବିବାର ଜମ୍ମୁ-କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ୍ ବିଜେପି ନେତା ଗୁଲ ମହମ୍ମଦ ମିର୍ଙ୍କ ହତ୍ୟାକୁ ନିନ୍ଦା କରିବା ସହ ଗତ କିଛି ମାସ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ହତ୍ୟାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଲ ମଲିକ୍ଙ୍କ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ରାଜ୍ୟପାଳ ରାଜ୍ୟର ମୁଖ୍ୟ ସଚିବ ବି ଭି ଆର୍ ସୁବ୍ରମଣ୍ୟମ୍ଙ୍କୁ ରାଜନୈତିକ କର୍ମକର୍ତ୍ତାମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବାକୁ ଆଦେଶ ଦେଇଛନ୍ତି । ବିଜେପି ନେତାଙ୍କୁ ହତ୍ୟା କରାଯିବା ପରେ ରାଜ୍ୟପାଳ ମଲିକ୍ ଏକ ଶୋକ ସନ୍ଦେଶ ଲେଖି ଗୁଲ ମହମ୍ମଦ ମିର୍ଙ୍କ ପରିବାରକୁ ଏଭଳି ଦୁଃଖର ସମୟରେ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛନ୍ତି।
India TVଏହା ସହ ଶ୍ରୀନଗରରେ ରାଜ୍ୟପାଳ ସଚିବାଳୟର ଉଦ୍ଘାଟନ କରିବା ପରେ ରାଜ୍ୟର ସବୁ ରାଜନୈତିକ ନେତା ଏବଂ ସରପଞ୍ଚଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ଦିଗରୁ ସମୀକ୍ଷା କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଡ଼କାଇବେ । ନେତାମାନଙ୍କୁ ହତ୍ୟା କରିବା ସହ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ରାଜ୍ୟପାଳ ନିଜ ପରାମର୍ଶଦାତାଙ୍କୁ ଆଦେଶ ଦେଇଛନ୍ତି ।
Follow Us