‘ପିଏସ୍‌ଏ’ରେ ବୁକ୍‌ ହେଲେ ଜମ୍ମୁ ଓ କଶ୍ମୀରର ପୂର୍ବତନ ଆଇଏଏସ୍‌ ଅଧିକାରୀ ଶାହା ଫୈସାଲ୍‌

‘ପିଏସ୍‌ଏ’ରେ ବୁକ୍‌ ହେଲେ ଜମ୍ମୁ ଓ କଶ୍ମୀରର ପୂର୍ବତନ ଆଇଏଏସ୍‌ ଅଧିକାରୀ ଶାହା ଫୈସାଲ୍‌

Image Source: Hindustan Times

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍‌ ଅଧିକାରୀ ତଥା ‘ଜମ୍ମୁ ଓ କଶ୍ମୀର ପିପୁଲ୍‌ସ୍‌ ମୁଭ୍‌ମେଣ୍ଟ୍‌’ର ମୁଖ୍ୟ ଶାହା ଫୈସଲଙ୍କୁ ‘ପବ୍ଲିକ୍‌ ସେଫ୍‌ଟି ଆକ୍ଟ୍‌’ରେ ବୁକ୍‌ କରାଯାଇଛି।

୨୦୧୯ ମସିହା ଅଗଷ୍ଟ ମାସରୁ ଫୈସଲଙ୍କୁ ଅଟକ ରଖାଯାଇଥିଲା। ଅଗଷ୍ଟ ୫ ତାରିଖ ଦିନ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଫୈସାଲ୍‌ ଭାରତ ବାହାରକୁ ଚାଲିଯିବାକୁ ଉଦ୍ୟମ କରୁଥିଲେ। ତେଣୁ, ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ଅଟକ ରଖାଯାଇ ପୁଣି କଶ୍ମୀରକୁ ଫେରାଇ ଦିଆଯାଇଥିଲା।

ବିଶେଷସୂତ୍ରରୁ ପ୍ରକାଶ, ଏମ୍‌ଏଲ୍‌ଏ ହଷ୍ଟେଲ୍‌ରେ ଅଟକ ଥିବା ଫୈସଲ୍‌ଙ୍କୁ ଶୁକ୍ରବାର ଦିନ ‘ବୁକ୍‌’ କରାଯାଇଥିବା ଆଦେଶନାମା ଦିଆଯାଇଥିଲା। ତାଙ୍କୁ ‘ପିଏସ୍‌ଏ’ରେ ବୁକ୍‌ କରାଯାଇଛି ବୋଲି ଜମ୍ମୁ ଓ କଶ୍ମୀର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ସୂଚନା ଦେଇଛନ୍ତି।

publive-image Image Source: Free Press Journal

‘ପିଏସ୍‌ଏ’ରେ ବୁକ୍‌ ହୋଇଥିବା ଜମ୍ମୁ ଓ କଶ୍ମୀର ଅଞ୍ଚଳର ଅନ୍ୟମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା, ମେହବୁବା ମୁଫ୍‌ତି ଏବଂ ସେମାନଙ୍କର ଦଳର ଜଣେ ଲେଖାଏଁ ସହଯୋଗୀ।

‘ପିଏସ୍‌ଏ’ରେ ବୁକ୍‌ ହୋଇଥିବା ଜମ୍ମୁ ଓ କଶ୍ମୀର ଅଞ୍ଚଳର ଅନ୍ୟମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, ଓମାର ଅବ୍‌ଦୁଲ୍ଲା, ମେହବୁବା ମୁଫ୍‌ତି, ସରତାଜ ମଦାନି, ହିଲାଲ୍‌ ଲୋନ୍‌, ଅଲିମହମଦ ସାଗର ଏବଂ ନଇମ୍‌ ଅଖତର୍‌।

ଫୈସାଲ୍‌ ହେଉଛନ୍ତି ୨୦୦୯ ବ୍ୟାଚ୍‌ର ଆଇଏସ୍‌ ଟପ୍ଟର୍‌। ୨୦୧୮ରେ ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ଦେଇ ଫୈସାଲ୍‌ ଜମ୍ମୁ ଓ କଶ୍ମୀର ରାଜନୀତିରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe